ଦଶପୁର: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଦଶପୁର ଫାଣ୍ଡି ଅନ୍ତର୍ଗତ ଫୁଣ୍ଡା ଗାଁର ଏକ ବିଲ ଭିତରୁ ରାମଚନ୍ଦ୍ର ପ୍ରଧାନ (୭୦ବର୍ଷ) ନାମକ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି। ପୁଲିସର ସୂଚନା ଅନୁସାରେ, ଗତ ଶୁକ୍ରବାର ଅପରାହ୍ଣ ୨ଟାରେ ରାମଚନ୍ଦ୍ର ଫରଙ୍ଗ ଯାଇଥିଲେ। ହେଲେ ସେ ଆଉ ଘରକୁ ଫେରି ନଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରି ପାଇ ନଥିଲେ। ଛେଳି ଚରାଳିମାନେ ଘଟଣାସ୍ଥଳରେ ଶବ ପଡ଼ିଥିବା ଦେଖି ମୃତକଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ।

Advertisment

ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ଶବ ଚିହ୍ନଟ କରି ଦଶପୁର ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ। ଫାଣ୍ଡି ଅଧିକାରୀ ଚନ୍ଦ୍ରହାସ୍ୟ ସାହୁ ପହଞ୍ଚି ଶବ ଜବତ କରିଥିଲେ। ଖବର ପାଇ ଗୋଲାମୁଣ୍ଡା ଆଇଆଇସି ଯୁଗଳ ଶବର, ଧର୍ମଗଡ଼ ଏସ୍‌ଡିପିଓ, ସହ ସାଇଣ୍ଟିଫିକ ଟିମ୍‌ ପହଞ୍ଚି ତଦନ୍ତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଲୟକୁ ପଠାଇଥିଲେ। ବୃଦ୍ଧଙ୍କ ମୃତ୍ୟୁକୁ ନେଇ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ପୁଲିସ ଏହାର ନିରପେକ୍ଷ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି।