ପୋଖରୀରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ସୁକିନ୍ଦା: ସୁକିନ୍ଦା ଥାନା ଅନ୍ତର୍ଗତ ବନ୍ଧଗାଁ ଗ୍ରାମ ନିକଟସ୍ଥ ଏକ ପୋଖରୀରୁ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏନେଇ ପୁଲିସରେ ଅଭିଯୋଗ ହୋଇନାହିଁ। ମୃତ ବୃଦ୍ଧ ଜଣକ ଏହି ଥାନା ଅନ୍ତର୍ଗତ ମଙ୍ଗଳପୁର ଗ୍ରାମର ଲକ୍ଷ୍ମୀଧର ନାୟକ(୭୫)। ଲକ୍ଷ୍ମୀଧର ଅନେକ ସମୟରେ ବନ୍ଧଗାଁକୁ ଯାଉଥିଲେ। ଆଜି ସେ ଘରକୁ ଫେରିନଥିବାରୁ ପରିବାର ଲୋକ ବ୍ୟସ୍ତ ହୋଇପଡ଼ିଥିଲେ। ଅପରାହ୍‌ଣରେ ତାଙ୍କ ମୃତଦେହ ପୋଖରୀରେ ଭାସୁଥିବା ପରିବାର ଲୋକେ ଖବର ପାଇଥିଲେ।

ସମ୍ବନ୍ଧିତ ଖବର