ଟ୍ରାକ୍ଟରରୁ ପଡ଼ି ବୃଦ୍ଧା ମୃତ

ଆଖିଫୁଟା ଗଣହତ୍ୟା ଘଟଣା: ତଥାପି ପୁଲିସ୍ ହାତ ଖାଲି

deccan herald

ବ୍ୟାସନଗର : ସୋମବାର ଦିନ ଟ୍ରାକ୍ଟରରୁ ପଡ଼ିଯାଇ ବ୍ୟାସନଗର ପୌରାଞ୍ଚଳ ୨୬ ନମ୍ବର ୱାର୍ଡ ଡାହିସାହିର ଜଣେ ବୃଦ୍ଧା ଲିପ୍ଟି ମୁଣ୍ଡା (୭୦) ଙ୍କ ମୃତ୍ୟୁ ହୋଇଛି। ଘୂର୍ଣ୍ଣିଝଡ଼ ପ୍ରଭାବରେ ଘର ଭାଙ୍ଗି ଯାଇଥିବାରୁ ସେ ଜରି ପାଲ ଆଣିବା ପାଇଁ ତହସିଲ କାର୍ଯ୍ୟାଳୟକୁ ଯାଇଥିଲେ। ଜରି  ପାଲ ନପାଇ ନିରାଶ ହୋଇ ଏକ ଟ୍ରାକ୍ଟରରେ ଘରକୁ ଫେରୁଥିଲେ। ରାସ୍ତା ଖରାପ ଥିବାରୁ ସେ ଗାଡ଼ିରୁ ଖସିପଡ଼ି ସଂଜ୍ଞାହୀନ ହୋଇ ପଡ଼ିଥିଲେ। ଉପସ୍ଥିତ ଲୋକମାନେ ତାଙ୍କୁ ଏକ ଟ୍ରଲିରେ ଯାଜପୁର ରୋଡ୍‌ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଡାକ୍ତର ତୁରନ୍ତ ଚିକିତ୍ସା କରିଥିଲେ ମଧ୍ୟ ତାଙ୍କର ମୃତ୍ୟୁ ଘଟିଥିଲା।

ଖବର ପାଇ ଯାଜପୁର ରୋଡ୍‌ ପୁଲିସ ପହଞ୍ଚି ଶବ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଆସନ୍ତାକାଲି ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଶବ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଥାନା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe