ଧନକଉଡ଼ା: ବୁର୍ଲା ଥାନା ଅନ୍ତର୍ଗତ ଗୋଶାଳା ଫାଣ୍ଡି ଅଞ୍ଚଳର ଘୁଡୁକାଟିକ୍ରା ହରିଜନ ସାହିରେ ନିଆଁରେ ପୋଡ଼ି ଯଜ୍ଞ ବାଗ (୮୫)ଙ୍କ ମୃତ୍ୟୁ ଘଟିଛି। ରାତିରେ ପ୍ରବଳ ଥଣ୍ଡା ଯୋଗୁଁ ଖଟ ତଳେ ଉମ୍ଭେଇ ଦେଇ ଶୋଇଥିଲେ। ହଠାତ୍ ନିଆଁ ଲାଗି ଯିବାରୁ ବୃଦ୍ଧା ଜଣକ ଗୁରୁତର ହୋଇଥିଲେ। ତାଙ୍କୁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସମୟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।
ଏନେଇ ପୁଲିସ୍ ଏକ ମାମଲା ରୁଜୁକରି ତଦନ୍ତ ଜାରି ରଖିଛି। ସରପଞ୍ଚ ସୁଷମା ସାହୁ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ସଂଯୁକ୍ତା ପଧାନ ଓ ନାଏବ ସରପଞ୍ଚ ସୁଶୀଳା ଭୁଏ ପ୍ରମୁଖ ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ହରିଶ୍ଚନ୍ଦ୍ର ଯୋଜନାରେ ଦୁଇ ହଜାର ଟଙ୍କାର ସହାୟତା ପ୍ରଦାନ କରିଥିଲେ।