ତାଳଚେର :ତାଳଚେର ପୌରାଞ୍ଚଳ ଦୁଇ ନମ୍ବର ୱାର୍ଡରେ ଏକ ଅଭାବନୀୟ ଘଟଣା ଘଟିଛି। ବୁଧବାର ବାହୁଡ଼ା ଯାତ୍ରା ଦିନ ୨ ନମ୍ବର ୱାର୍ଡର ଅଧିବାସୀ ନିର୍ମଳା ମାଝି (୭୪)ଙ୍କ ନିଜ ଝାଟିମାଟି ଘରେ ଶୋଇଥିବା ବେଳେ କାନ୍ଥ ପଡି ତାଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ଅଞ୍ଚଳରେ ତୀବ୍ର ଆଲୋଡନ ସୃଷ୍ଟି କରିଛି। ତାଙ୍କ ପୁଅ, ଝିଅ ବାହାରେ ରହୁଥିବାରୁ ସେ ଏକୁଟିଆ ଏଠାରେ ରହୁଥିଲେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇବା ପାଇଁ ସେ ସ୍ଥାନୀୟ କାଉନସିଲର୍‌, ବିଧାୟକ, ସାଂସଦ, ପୌର ଅଧିକାରୀ, ଜିଲ୍ଲାପାଳଙ୍କ ପାଖକୁ ଦୌଡ଼ି ନିରାଶ ହୋଇଥିଲେ। ଶେଷରେ ନିଜ ଦଦରା ଘର କାନ୍ଥ ପଡ଼ି ତାଙ୍କର ଜୀବନ ଯାଇଛି।

Advertisment

ଏହି ଘଟଣାରେ ବିଜେପି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ରାଜ୍ୟ ବିଜେପି ସମ୍ପାଦକ କାଳନ୍ଦୀ ସାମଲ ଉଦବେଗ ପ୍ରକାଶ କରିବା ସହ ସାଂସଦଙ୍କ ଘର ନିକଟରେ ପ୍ରକୃତ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ନ ମିଳିବା ଏବଂ କାନ୍ଥ ପଡି ବୃଦ୍ଧାଙ୍କର ମୃତ୍ୟୁ ଘଟିବାରେ ରାଜ୍ୟ ସରକାରଙ୍କୁ ଘେରିଛି। ଆବାସ ନମିଳିବା ପାଇଁ ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଶ୍ରୀ ସାମଲ ଦାବି କରିଛନ୍ତି।