୨୯ ପର୍ଯ୍ୟନ୍ତ ଚାଲିବ ପଛୁଆବର୍ଗଙ୍କ ଅନ୍‌ଲାଇନ୍‌ ସର୍ଭେ

ଭୁବନେଶ୍ବର : ଓଡ଼ିଶା ରାଜ୍ୟ ପଛୁଆ ବର୍ଗ ଆୟୋଗଙ୍କ ତତ୍ତ୍ବାବଧାନରେ ରାଜ୍ୟର ପଛୁଆବର୍ଗ ଲୋକଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତି ସଂପର୍କିତ ଘରକୁ ଘର ସର୍ଭେ ଚଳିତ ମାସ ୬ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। କିନ୍ତୁ ଅନ୍‌ଲାଇନ୍ ସର୍ଭେ ୨୯ ତାରିଖ ପର୍ଯ୍ୟନ୍ତ ତଥ୍ୟ ପ୍ରଦାନ କରାଯାଇପାରିବ।

ପୁନଶ୍ଚ ପଛୁଆବର୍ଗ ଆୟୋଗ ମେ’ ୩୦ ତାରିଖରେ ସମସ୍ତ ବିଭାଗୀୟ ମୁଖ୍ୟ, ସମସ୍ତ ଜିଲ୍ଲାପାଳ ଓ ନଗରପାଳିକା ଆୟୁକ୍ତମାନଙ୍କୁ ସେମାନଙ୍କ ଅଧୀନରେ ଥିବା ସମସ୍ତ ପଛୁଆବର୍ଗ କର୍ମଚାରୀଙ୍କ ପଞ୍ଜୀକରଣ ପାଇଁ ଅନୁରୋଧ କରାଯାଇଛି। ଏହାବାଦ୍ ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟର ରେଜିଷ୍ଟ୍ରାରମାନଙ୍କୁ ଅଧ୍ୟୟନରତ ପଛୁଆବର୍ଗ ଛାତ୍ରଛାତ୍ରୀ ଓ କାର୍ଯ୍ୟରତ ପଛୁଆବର୍ଗ କର୍ମଚାରୀଙ୍କ ପଞ୍ଜୀକରଣ ପାଇଁ ନିବେଦନ କରାଯାଇଛି। ସମସ୍ତ ପଛୁଆ ବର୍ଗର ଜନସାଧାରଣଏହି ଅନ୍‌ଲାଇନ୍ ସର୍ଭେର ଲାଭ ଉଠାଇପାରିବେ। ସେମାନେ ଅନ୍‌ଲାଇନ୍ https://oscbcapi.odisha.gov.in ରେ କିମ୍ବା ମୋ ସେବା କେନ୍ଦ୍ରକୁ ଯାଇ ନିଜ ନିଜର ତଥ୍ୟ ପ୍ରଦାନ କରି ଏହି ସର୍ଭେକୁ ସଫଳ କରିବାକୁ ପଛୁଆ ବର୍ଗ ଆୟୋଗ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର