ଟ୍ରାକ୍ଟର ଡାଲାରେ ଚାପିହୋଇ ମାଲିକ ମୃତ

ଧର୍ମଶାଳା: ହାଇଡ୍ରୋଲିକ୍‌ ଟ୍ରାକ୍ଟର ଡାଲା ମରାମତି କରୁଥିବା ସମୟରେ ତଳେ ଚାପି ହୋଇ ମାଲିକଙ୍କ ମୃତ୍ୟୁ ଘଟିଛି। ମୃତ ଟ୍ରାକ୍ଟର ମାଲିକ  ଧର୍ମଶାଳା ବ୍ଲକ ବାଲିଚନ୍ଦ୍ରପୁର ଥାନା ଅରେଇକଣା ଗ୍ରାମର ସୁବ୍ରତ ରାୟ (୪୬)। ମନରେଗା ଯୋଜନାରେ ଏବେ ଅରେଇକଣା ଗାଁ ପୋଖରୀର ପୁନରୁଦ୍ଧାର କରାଯାଉଛି। ଆଜି ମଧ୍ୟାହ୍ନରେ ଏଠାରେ ଏକ ଟାଟା ହିଟାଚି ମେସିନ୍‌ ମାଟି ଖନନ କରିବା ସହ କିଛି ଟ୍ରାକ୍ଟରରେ ବୋଝେଇ କରୁଥିଲା। ଅରେଇକଣା ଗ୍ରାମର ସୁବ୍ରତଙ୍କ ହାଇଡ୍ରୋଲିକ୍‌ ଟ୍ରାକ୍ଟର ମଧୢ ମାଟି ବୋହୁଥିଲା।

ଏହି ସମୟରେ ଟ୍ରାକ୍ଟର ଡାଲା ତଳକୁ ଖସୁନଥିବା ଖବର ପାଇ ସୁବ୍ରତ ଆସି ଡାଲା ତଳେ ପଶି ଏହାକୁ ମରାମତି କରୁଥିଲେ। ଏହି ସମୟରେ ହଠାତ ଡାଲାଟି ତାଙ୍କ ଉପରେ ଖସି ପଡ଼ିବାରୁ ସେ ଗୁରୁତର ହୋଇଥିଲେ। ତୁରନ୍ତ ତାଙ୍କୁ ବଡ଼ଚଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଅପରାହ୍‌ଣରେ ସୁବ୍ରତଙ୍କ ମୃତ୍ୟୁ ହୋଇଥିଲା। ପୁଲିସ ୯/୨୨ ନମ୍ବରରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର