ଦଶରଥପୁର:  ସମ୍ଭାବ୍ୟ ପ୍ରଧାନମନ୍ତ୍ରୀ ଆବାସ ତାଲିକାକୁ ନେଇ ତାତି ବଢ଼ିବାରେ ଲାଗିଛି। ତାଲିକାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରି ବାଦ୍‌ ପଡ଼ିଥିବା ଲୋକମାନେ ଆଜି ତରପଦା ପଞ୍ଚାୟତ କାର୍ଯ୍ୟାଳୟ ଘେରିଛନ୍ତି। ପଞ୍ଚାୟତ କାର୍ଯ୍ୟାଳୟରେ ଲାଗିଥିବା ତାଲିକାରେ ୮୦ ପ୍ରତିଶତ ବ୍ୟକ୍ତି ଆବାସ ପାଇବାକୁ ଯୋଗ୍ୟ ନୁହନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି। ସରକାରୀ ଚାକିରିଆ, ୨ ତାଲା କୋଠା, ପୂର୍ବରୁ ୨/୩ଟି ଲେଖାଏଁ ଘର ପାଇଥିବା ଲୋକଙ୍କ ନାମ ସାମ୍ଭାବ୍ୟ ତାଲିକାରେ ରହିଛି।

Advertisment

ପ୍ରକୃତ ଗରିବ ଓ ଯୋଗ୍ୟ ବ୍ୟକ୍ତିଙ୍କ ନାମ ତାଲିକାରେ ସ୍ଥାନ ପାଇନାହିଁ। ଏହାର ପୁନର୍ବାର ତଦନ୍ତ କରି ପ୍ରକୃତ ହିତାଧିକାରୀ ଚୟନ କରିବାକୁ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଆଗାମୀ ଦିନରେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯିବା ସହିତ କୋର୍ଟର ଦ୍ୱାରସ୍ଥ ହେବେ ବୋଲି ସମିତି ସଭ୍ୟ ତାପସ ଜେନା, ରମାକାନ୍ତ ଜେନା, ନାରଣ ସାହୁ, ଧନୀ ମଲ୍ଲିକ, ମଦନ ମୋହନ କର, ଚନ୍ଦ୍ରକାନ୍ତ ସାହୁ, କେଶବ ଚନ୍ଦ୍ର ସାହୁ, କମଳା ଦାସ, ଝରଣା ଜେନା, ଆନନ୍ଦ ରଣାଙ୍କ ସମେତ ଶତାଧିକ ଲୋକେ ଚେତାବନୀ ଦେଇଛନ୍ତି।