ଯାଜପୁରସଦର : ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଥିବାବେଳେ ଯାଜପୁର ଜିଲ୍ଲାରେ ପାସ୍‌ ହାର କମିଛି। କଳାରେ ପାସ ହାର ୭୧.୭୦ ପ୍ରତିଶତ ହୋଇଥିବା ବେଳେ ଗତବର୍ଷ ପାସ  ହାର ୭୮.୯୧  ରହିଥିଲା। ସେହିପରି ଧନ୍ଦାମୂଳକ ଶିକ୍ଷାରେ ୬୩.୬୬ ପ୍ରତିଶତ ପାସ୍‌ ହୋଇଥିବାବେଳେ ଗତବର୍ଷ ୭୯.୭୯ ପ୍ରତିଶତ ରହିଥିଲା

Advertisment

ଜିଲ୍ଲାରେ ଚଳିତ ବର୍ଷ କଳାରେ ୧୧ହଜାର ୭୪୪ ଜଣ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୬ ଜଣ କପି ଧରାପଡ଼ିଥିଲେ। ୧୨୮୨ ଜଣ ପ୍ରଥମ ଶ୍ରେଣୀ ପାଇଥିବାବେଳେ ୧୨୮୭ ଜଣ ଦ୍ବିତୀୟ ଶ୍ରେଣୀ ଓ ୫୮୧୪ ଜଣ ତୃତୀୟ ଶ୍ରେଣୀରେ ପାସ କରିଛନ୍ତି। ମୋଟ ୮୪୨୧ ଜଣ ପାସ କରିଛନ୍ତି। ‌ସେହିପରି ଜିଲ୍ଲାରେ ୨୯୪ ଜଣ ଛାତ୍ରଛାତ୍ରୀ ଧନ୍ଦାମୂଳକ ଶିକ୍ଷାରେ ଫର୍ମ ପୂରଣ କରିଥିଲେ। ୨୮୯ ଜଣ ପରୀକ୍ଷା ଦେଇଥିବାବେଳେ ୨୫ ଜଣ ପ୍ରଥମ ଶ୍ରେଣୀ, ୮୫ଜଣ ଦ୍ବିତୀୟ ଶ୍ରେଣୀ ଓ ୭୨ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି।