ଭୁବନେଶ୍ୱର : କୋଭିଡ୍-୧୯ କଟକଣା ପରେ ଯାତ୍ରୀଙ୍କ ସୁବିଧା ପାଇଁ ଟ୍ରେନ୍ ସେବାରେ ସମନ୍ୱୟକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ସାମୟିକ ଏକ୍ସପ୍ରେସ୍ ସଂରକ୍ଷିତ ବିଶେଷ ଏକ୍ସପ୍ରେସ ବିଶାଖାପାଟଣାରୁ ରାୟଗଡ଼ା, ପଲାସା ଓ କିରାଣ୍ଡୁଲକୁ ତିନି ଯୋଡ଼ା ଟ୍ରେନ ଚଳାଚଳ କରାଯାଉଥିଲା। ପରିସ୍ଥିତିର ସମୀକ୍ଷା ପରେ ଉପରୋକ୍ତ ସାମୟିକ ଏକ୍ସପ୍ରେସଗୁଡ଼ିକୁ ଅପସାରଣ କରାଯାଇ ପାସେଞ୍ଜର ସ୍ପେସାଲ୍ ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନିଆଯାଇଛି।
ବିଶାଖାପାଟଣା-ରାୟଗଡ଼ା-ବିଶାଖାପାଟଣା ପାସେଞ୍ଜର ସ୍ପେସାଲ୍(୦୮୫୦୪/୦୮୫୦୩) ଜୁଲାଇ ୧୫ରୁ ବିଶାଖାପାଟଣାରୁ ଏବଂ ୧୬ ତାରିଖରୁ ରାୟଗଡ଼ାରୁ ବିଶାଖାପାଟଣା-ରାୟଗଡ଼ା-ବିଶାଖାପାଟଣା ସାମୟିକ ଏକ୍ସପ୍ରେସ୍(୧୮୫୨୮/୧୮୫୨୭) ବଦଳରେ ଚାଲିବ। ବିଶାଖାପାଟଣା-ପଲାସା-ବିଶାଖାପାଟଣା ପାସେଞ୍ଜର ସ୍ପେସାଲ୍(୦୮୫୩୨/୦୮୫୩୧) ବିଶାଖାପାଟଣାରୁ ୧୫ ତାରିଖରୁ ଏବଂ ପଲାସାରୁ ୧୬ରୁ ବିଶାଖାପାଟଣା-ପଲାସା-ବିଶାଖାପାଟଣା ସାମୟିକ ଏକ୍ସପ୍ରେସ ବଦଳରେ ଚଳାଚଳ କରିବ। ବିଶାଖାପାଟଣା-କିରାଣ୍ଡୁଲ-ବିଶାଖାପାଟଣା ପାସେଞ୍ଜର ସ୍ପେସାଲ୍(୦୮୫୫୧/୦୮୫୫୨) ୧୫ରୁ ବିଶାଖାପାଟଣାରୁ ଏବଂ କିରାଣ୍ଡୁଲରୁ ୧୬ରୁ ବିଶାଖାପାଟଣା-କିରାଣ୍ଡୁଲ-ବିଶାଖାପାଟଣା ସାମୟିକ ଏକ୍ସପ୍ରେସ ଟ୍ରେନ ବଦଳରେ ଚାଲିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/trains-aaa.jpg)