ପେଟ୍ରୋଲ ଦର ବୃଦ୍ଧିକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ କଟାକ୍ଷ କଲେ ପିସିସି ସଭାପତି

ଭୁବନେଶ୍ବର: ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ପୁଣି ବୃଦ୍ଧି ପାଉଛି। ଏହାକୁ ନେଇ ଓଡ଼ିଶା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ କଟାକ୍ଷ କରିଛନ୍ତି। ସେ ନିଜର ଟୁଇଟରରେ ଲେଖିଛନ୍ତି, ଭୁବନେଶ୍ବରରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୧୦୬ ଟଙ୍କା ୧୯ ପଇସାରେ ପହଞ୍ଚିଛି। ଦିନକୁ ୧୮ ଘଣ୍ଟା ଲଗାଇ ପ୍ରଧାନମନ୍ତ୍ରୀ ସାଧାରଣ ଲୋକଙ୍କ ଦୁଃଖ ବଢ଼ାଇବା ପାଇଁ କଠିନ ପରିଶ୍ରମ କରିଛନ୍ତି।

ସୂଚନାଯୋଗ୍ୟ, ଦେଶରେ ପେଟ୍ରୋଲ ଏବଂ ଡିଜେଲ ଆଜି ପୁଣି ୩୫ ପଇସା ବୃଦ୍ଧି ପାଇଛି। ଦୁଇ ଦିନର ବିରତି ପରେ ଗତ ୪ଦିନ ହେଲା ଦେଶରେ ଏହି ଉଭୟ ଇନ୍ଧନ ଦର ବଢ଼ିବାରେ ଲାଗିଛି। ଗତକାଲି ଭୁବନେଶ୍ବରରେ ପେଟ୍ରୋଲ ଦର ଲିଟର ପିଛା ୩୬ ପଇସା ବୃଦ୍ଧି ପାଇ ୧୦୬ ଟଙ୍କା ୪୨ ପଇସାରେ ଏବଂ ଡିଜେଲ ଦର ୩୯ ପଇସା ବୃଦ୍ଧି ଘଟି ୧୦୨ ଟଙ୍କା ୭୭ ପଇସା ଛୁଇଁଥିଲା। ତେବେ ଓଡ଼ିଶାର ମାଲକାନଗିରିରେ ପେଟ୍ରୋଲ ଏବଂ ଡିଜେଲ ଦାମ ରାଜ୍ୟର ଅନ୍ୟାନ୍ୟ ସ୍ଥାନ ତୁଳନାରେ ବହୁ ଅଧିକ ରହିଛି। ମାଲକାନଗିରିରେ ଗତକାଲି ପେଟ୍ରୋଲ ଦର ଲିଟର ପିଛା ୧୧୨ ଟଙ୍କା ଛୁଇଁଥିବାବେଳେ ଡିଜେଲ ଦର ୧୦୮ ଟଙ୍କା ୧୭ ପଇସାରେ ପହଞ୍ଚିଥିଲା।

ସମ୍ବନ୍ଧିତ ଖବର