ରାଜ୍ୟ, କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତିକୁ ବଳିଷ୍ଠ ଢଙ୍ଗରେ ଉପସ୍ଥାପନ କର

ମୁଖପାତ୍ରମାନଙ୍କୁ ପିସିସି ସଭାପତିଙ୍କ ନିର୍ଦେଶ

ଭୁବନେଶ୍ବର : ରାଜ୍ୟ କଂଗ୍ରେସ ଗଣମାଧ୍ୟମର ମୁଖପାତ୍ରମାନେ ବିତର୍କରେ ଭାଗ ନେଲା ବେଳେ କଂଗ୍ରେସର ଚିନ୍ତାଧାରା ଓ ଦଳର ନିଷ୍ପତ୍ତିକୁ ବଳିଷ୍ଠ ଭାବେ ଉପସ୍ଥାପନ କର। ଏହାସହ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମସ୍ତ ଜନବିରୋଧୀ ନିଷ୍ପତ୍ତିକୁ ତଥ୍ୟ ଆଧାରରେ ଜନସାଧାରଣଙ୍କ ଆଗରେ ରଖିବାକୁ ନିର୍ଦେଶ ଦେଇଛନ୍ତି ନବନିଯୁକ୍ତ ପିସିସି ସଭାପତି ଶରତ ପଟ୍ଟନାୟକ।

ଆଜି ରାଜ୍ୟ କଂଗ୍ରେସ ଗଣମାଧ୍ୟମ ସେଲ ପକ୍ଷରୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅଧ୍ୟକ୍ଷ ଗଣେଶ୍ବର ବେହେରା, ମୁଖପାତ୍ର ତଥା ବିଧାୟକ ତାରାପ୍ରସାଦ ବାହିନୀପତି, ସେବାଦଳର ଅଧ୍ୟକ୍ଷ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଓ ଅନ୍ୟମାନେ ସଭାପତିଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଧିତ କରିଥିଲେ। ସଭାପତି ଶ୍ରୀ ପଟ୍ଟନାୟକ ଗଣମାଧ୍ୟମର ସମସ୍ତ ମୁଖପାତ୍ରଙ୍କ ସହିତ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ। ଆଗାମୀ ଦିନରେ କଂଗ୍ରେସର ସାମାଜିକ ଗଣମାଧ୍ୟମକୁ ଅଧିକ କ୍ରିୟାଶୀଳ କରିବା ପାଇଁ ସାମାଜିକ ଗଣମାଧ୍ୟମ ସେଲର ଅଧ୍ୟକ୍ଷ ଅଭିଷେକ ମହାନନ୍ଦଙ୍କୁ ନିର୍ଦେଶ ଦେଇଛନ୍ତି।

ସମ୍ବର୍ଧନା କାର୍ଯ୍ୟକ୍ରମରେ ମୁଖପାତ୍ର ମନୋରଂଜନ ଦାଶ, ଅମିୟ ପାଣ୍ଡବ, ନିଶିକାନ୍ତ ମିଶ୍ର, ପଦ୍ମାକର ଗୁରୁ, ପ୍ରଶାନ୍ତ ଶତପଥୀ, ଜ୍ଞାନଦେବ ବେଉରା ଓ ସୁଦର୍ଶନ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର