ଭୁବନେଶ୍ୱର: ରାଜ୍ୟ ସରକାର ଓ ଶାସକ ଦଳର ନେତାଙ୍କୁ ଓଡ଼ିଶାର ଅପରାଧ ଓ ଅନ୍ୟାନ୍ୟ ସମସ୍ୟା ନେଇ ଆମ ଦଳ ପକ୍ଷରୁ ପ୍ରଶ୍ନ ପଚାରିଲେ ରାଜନୀତି କରାଯାଉଥିବା କୁହାଯାଉଛି। ଗଣତନ୍ତ୍ରରେ ପ୍ରଶ୍ନ କରିବା ପାଇଁ ଲୋକମାନେ ଆମକୁ ଦାୟିତ୍ୱ ଦେଇଛନ୍ତି ଏବଂ ଏହାକୁ ଆମେ ଜାରି ରଖିବୁ ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
ଆଜି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଓଡ଼ିଶାରେ ଅପରାଧିକ ପ୍ରବଣତା ବଢ଼ିଥିବାବେଳେ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ସତ ଶୁଣିବାକୁ ସାହସ ନାହିଁ। ରାଜନୀତି କରିବା କଥା କହୁଛନ୍ତି। ଶାସନ କରୁଥିବା ଲୋକ ଇଷ୍ଟ ଇଣ୍ଡିଆ ଭଳି କଥା କହୁଛନ୍ତି। ଓଡ଼ିଶା ସରକାରଙ୍କ ଶାସନର ଚାବି ଅସାମ୍ବିଧାନିକ ଲୋକଙ୍କ ପାଖରେ ଅଛି। ଝାରସୁଗୁଡ଼ାରେ ମନ୍ତ୍ରୀ ନବ ଦାସଙ୍କ ଠାରୁ ନାବାଳକ ସମର୍ଥଙ୍କ ହତ୍ୟା ହେଉଥିବା ବେଳେ ପ୍ରଶ୍ନ ପଚାରିଲେ ଓଡ଼ିଶାକୁ ଅପମାନ କରିବା କଥା କୁହାଯାଉଛି।
ଆଠଗଡ଼ରେ କୋଅପରେଟିଭ୍ ବ୍ୟାଙ୍କ୍ ନାଁରେ ଗରିବ ଲୋକଙ୍କୁ ଗୋଟିଏ ପରିବାର ହରିଲୁଟ୍ କଲେ। ଅପରପକ୍ଷେ ଦୀର୍ଘ ୨୩ ବର୍ଷର ଶାସନରେ ଶାସକ ଦଳର ଅଧିକରୁ ଅଧିକ ନେତାମାନେ ଅପରାଧିକ ମାମଲାରେ ସମ୍ପୃକ୍ତ ଅଛନ୍ତି। ସିସୋର ଚିଟଫଣ୍ଡ୍ରେ ଅଭିଯୁକ୍ତ ଉତ୍ତରପ୍ରଦେଶ ସହ ତୁଳନା କରିବା ଦୁର୍ଭାଗ୍ୟଜନକ। ଅପରାଧୀଙ୍କୁ ଦମନ କରି ଯୋଗୀ ଆଦିତ୍ୟନାଥ ପୁଣି ସରକାରକୁ ଫେରିଛନ୍ତି। ସାହସ ଥିଲେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଭଳି କରିକି ଦେଖାନ୍ତୁ। ରାଜ୍ୟରେ ଗର୍ଭବତୀ ମହିଳା ଏବଂ ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥାର ଅବସ୍ଥା କ’ଣ? ମାତ୍ର ପ୍ରଶ୍ନ ପଚାରିଲେ ତାହାକୁ ରାଜନୀତି କହିବା ଯୁକ୍ତିଯୁକ୍ତ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/57.jpg)
