ରାଜ୍ୟରେ ମୁଣ୍ଡପିଛା ଋଣ ୨୨,୦୪୨ଟଙ୍କା

ଭୁବନେଶ୍ବର : ରାଜ୍ୟରେ ମୁଣ୍ଡପିଛା ଋଣ ଭାର ୨୨,୦୪୨ଟଙ୍କା। ମହାଲେଖାକାର, ଓଡ଼ିଶାଙ୍କ ପ୍ରାରମ୍ଭିକ ତଥ୍ୟ ଅନୁଯାୟୀ ୨୦୨୧-୨୨ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରାଜ୍ୟ ସରକାରଙ୍କ ମୋଟ୍‌ ଋଣ ଭାର ୯୭୨୦୫.୦୩କୋଟି ଟଙ୍କା। ଏହି ଋଣ ପରିଶୋଧ ପାଇଁ ଋଣର ସର୍ତ୍ତାବଳୀ ଅନୁସାରେ ପ୍ରତିବର୍ଷ ବଜେଟ୍‌ରେ ବ୍ୟବସ୍ଥା କରି ପଦକ୍ଷେପ ନିଆଯାଉଛି ବୋଲି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ସୂଚନା ଦେଇଛନ୍ତି। ବିଧାୟିକା କୁସୁମ ଟେଟେଙ୍କ ପ୍ରଶ୍ନରେ ମନ୍ତ୍ରୀ ଏହି ଲିଖିତ ଉତ୍ତର ଦେଇଛନ୍ତି।

ସମ୍ବନ୍ଧିତ ଖବର