ବ୍ରହ୍ମପୁର: ଏମ୍କେସିଜି ବଡ଼ ଡାକ୍ତରଖାନାରେ ରୋଗୀ ବେଶରେ ପୁଲିସ ଟିମ୍। ୧୫ ଜଣ ପୁଲିସଙ୍କ ଏହି ଟିମ୍ ଛଦ୍ମବେଶରେ ଛପିରହି ୬ ଜଣ ଦଲାଲଙ୍କୁ କାବୁ କରିବାରେ ସକ୍ଷମ ହୋଇଛନ୍ତି। ଏହି ୬ଜଣଙ୍କୁ ବୈଦ୍ୟନାଥପୁର ଥାନା ପୁଲିସ କେସ୍ ନମ୍ବର ୩୬୧/୨୨ରେ ଗିରଫ କରି କୋର୍ଟଚାଲାଣ କରିଛି। ଦଲାଲ୍ଙ୍କୁ ଧରିବା ପାଇଁ ପୁଲିସ ପକ୍ଷରୁ ଏହିଭଳି ଅଭିନବ ଉପାୟ ଅବଲମ୍ବନ କରାଯାଇଛି, ଯାହାକି ସହରରେ ଚର୍ଚ୍ଚାର ବିଷୟ ପାଲଟିଛି। ବ୍ରହ୍ମପୁର ଏସ୍ପି ଡା. ଶରବଣା ବିବେକ୍.ଏମ୍ଙ୍କ ନିର୍ଦ୍ଦେଶକ୍ରମେ ଏହି ଟିମ୍ ଗଠନ କରାଯାଇଥିଲା। ଏହି ଟିମ୍ରେ ସାମିଲ୍ ହୋଇଥିବା ପୁଲିସଙ୍କ ମଧ୍ୟରୁ କିଏ ଲୁଙ୍ଗି ପିନ୍ଧିଥିଲେ ତ କିଏ ବେକରେ ଗାମୁଛା ପକାଇଥିଲେ। ପ୍ରାୟ ୫ଘଣ୍ଟା ଧରି ସେମାନେ ସେଠାରେ ରହିବା ସହିତ ଦଲାଲଙ୍କୁ ଧରିବା ପାଇଁ ଅପରେସନ୍ ଚଳାଇଥିଲେ।
ଦଲାଲଙ୍କ ପାଇଁ ରୋଗୀ ବେଶରେ ପୁଲିସ, ଏମ୍କେସିଜିରୁ ଧରାପଡ଼ିଲେ ୬
୧୫ ଜଣିଆ ପୁଲିସ ଟିମ୍ର ୫ଘଣ୍ଟିଆ ଅପରେସନ୍