କଟକ : ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିବା କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନାର ପୂର୍ବତନ ଇନ୍ସପେକ୍ଟର୍‌ ଧୀରଜ କୁମାର ଲେଙ୍କାଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି। ଜଷ୍ଟିସ ଭି. ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀ ଲେଙ୍କାଙ୍କୁ ଜାମିନରେ ଛାଡ଼ିବାକୁ ନିମ୍ନ ଅଦାଲତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୨୨, ଅକ୍ଟୋବର ୨୪ରେ ଗା‌ଡ଼ିରେ ବିପୁଳ ପରିମାଣର ଟଙ୍କା ନେଇ କୋଟଗଡ଼ ଥାନା ଆଇଆଇସି ଶ୍ରୀ ଲେଙ୍କା ଗାଡ଼ିରେ ଯାଉଥିବା ବେଳେ ବାଲିଗୁଡ଼ା ଜଗନ୍ନାଥ ମନ୍ଦିର ନିକଟରେ ଭିଜିଲାନ୍ସ ଅଟକାଇଥିଲା। ଗାଡ଼ିରୁ ୧ ଲକ୍ଷ ୪୫ ହଜାର ୮ଶହ ଟଙ୍କା ଭିଜିଲାନ୍ସ ଜବତ କରିଥିଲା। ଏହି ଟଙ୍କା ସକ୍ରାନ୍ତରେ ଶ୍ରୀ ଲେଙ୍କା କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲା। ଭିଜିଲାନ୍ସ ଶ୍ରୀ ଲେଙ୍କାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ନିମ୍ନ ଅଦାଲତରେ ଜାମିନ ଖାରଜ ହେବା ପରେ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଆବେଦନକାରୀଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ ଓ ଆଇନଜୀବୀ ପ୍ରତୀକ ନାୟକ ମାମଲା ପରିଚାଳନା କରୁଥିଲେ।