ବରଗଡ଼ : ବାହାଘର ପାଇଁ ସବୁ ପ୍ରସ୍ତୁତି ଥିଲା। କନ୍ୟାଘର ପ୍ରସ୍ତୁତ ଥିଲେ ବରଯାତ୍ରୀଙ୍କୁ ଆପ୍ୟାୟିତ କରିବାକୁ। ହେଲେ ଭୁବନେଶ୍ବରରୁ ପୁଲିସ୍ ଟିମ୍ ଆସି ବରକୁ ବାହା ପୂର୍ବରୁ ଗିରଫ୍ କରି ସାଙ୍ଗରେ ନେଇଗଲା। ଏଭଳି ଏକ ଘଟଣା ଘଟିଛି ବରଗଡ଼ ଜିଲ୍ଲା ଭଟଲି ଥାନା ଅନ୍ତର୍ଗତ ବେହେରାପାଲି ଗାଁରେ। ଗାଁର ଜଣେ ଝିଅ ସହ ଭୁବନେଶ୍ବରରେ ରହୁଥିବା ବିଜୟ ଭୋଇ ସହ ବାହାଘର ଠିକ୍ ହୋଇଥିଲା। ରବିବାର ବାହାଘର ଲଗ୍ନ ଥିଲା। କିନ୍ତୁ ବାହା ପୂର୍ବରୁ ଗାଁରେ ପହଂଚିଥିଲା ଭୁବନେଶ୍ବର ମହିଳା ଥାନାର ପୁଲିସ୍ ଟିମ୍। ବର ବିଜୟକୁ ପୁଲିସ୍ ଗିରଫ କରି ସାଂଗରେ ନେଇଯାଇଥିଲା।
ପୁଲିସ୍ ସୂଚନା ମୁତାବକ, ବିଜୟ ନାମରେ ୨୨ ତାରିଖ ଭୁବନେଶ୍ବରସ୍ଥିତ ମହିଳା ଥାନାରେ ଏକ ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା। ଏହି ଆଧାରରେ ସେଠାକାର ପୁଲିସ୍ ଚଢ଼ଉ କରି ଅଭିଯୁକ୍ତକୁ ସାଂଗରେ ନେଇ ପଳାଇଥିଲା। ସ୍ଥାନୀୟ ପୁଲିସ୍ ସହାୟତାରେ ଏହି ଚଢ଼ଉ ହୋଇଥିଲା। ଘଟଣା ପରେ ବାହାଘର ଅଧାରେ ହିଁ ବନ୍ଦ ହୋଇଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/raped-f.jpg)