ସମ୍ବଲପୁର: ସମ୍ବଲପୁର ଟାଉନ୍ ଥାନା ଅଞ୍ଚଳରେ ଫାଷ୍ଟ୍ଫୁଡ୍ ଦୋକାନ ଦେଇଥିବା ଜଣେ ବ୍ୟକ୍ତିକୁ ୨ଟି ସ୍ତ୍ରୀ ରଖିଥିବା ଅଭିଯୋଗରେ ଉଠାଇ ଆଣିଲା ପୁଲିସ। ମିଳିଥିବା ସୂଚନା ଅନୁଯାୟୀ, ଫାଷ୍ଟଫୁଡ୍ ଦୋକାନୀ ଜଣକ ୨ଟି ସ୍ତ୍ରୀ ରଖିଥିବା ନେଇ ତାଙ୍କ ପ୍ରଥମ ସ୍ତ୍ରୀ ଜାଣିବା ପରେ ଝଗଡ଼ା ଆରମ୍ଭ ହୋଇଥିଲା।
ଏ ନେଇ ସେ ଟାଉନ୍ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ। ପୁଲିସ ମଙ୍ଗଳବାର ସନ୍ଧ୍ୟାରେ ଦୋକାନୀକୁ ଉଠାଇ ଆଣିଥିଲା। ତେବେ, ଆପୋଷ ବୁଝାମଣା କରି ସେମାନେ ଘରକୁ ଚାଲିଯାଇଥିବା ଜଣାପଡ଼ିଛି।