ବଲାଙ୍ଗୀର: ଲୋଇସିଂହା ଢୋଲମହୁଲ ଗାଁରେ ଏକ ବନ୍ଦ କୋଠରୀରୁ ସ୍ଥାନୀୟ ପୁଲିସ ଜଣେ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଅବସ୍ଥା ଗୁରୁତର ହେବାରୁ ସମ୍ପୃକ୍ତ ଯୁବକଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଗୁରୁତର ଯୁବକ ଜଣକ ଲୋଇସିଂହା ଥାନା ରାଣିପାଲି ଗାଁ’ର ମାଧବ ମହାକୁର।
ଜଣେ ମହିଳାଙ୍କଠାରୁ ସୂଚନା ପାଇ ଲୋଇସିଂହା ପୁଲିସ ମାଧବକୁ ଗୁରୁତର ଅବସ୍ଥାରେ ଏକ ବନ୍ଦ ଘରୁ ଉଦ୍ଧାର କରିଥିଲା। ତେବେ କେଉଁ ପରିସ୍ଥିତିରେ ମାଧବ ସେଠାକୁ ଆସିଲେ, ତାଙ୍କ ଅବସ୍ଥା କିଭଳି ଗୁରୁତର ହେଲା ସେ ନେଇ ପୁଲିସ ଅଧିକ ତଦନ୍ତ ଜାରି ରଖିଛି।