ଭୁବନେଶ୍ବର : ମହାନଦୀ ଟ୍ରିବ୍ୟୁନାଲକୁ ନେଇ ପୁଣିଥରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଛି।
ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର କହିଛନ୍ତି, ହୀରାକୁଦ ଇତିହାସରେ ଏମିତି ପ୍ରଥମଥର ଜଳ ସଂକଟ ଦେଖାଦେଇଛି। ଏହାଦ୍ବାରା ୧୪-୧୫ ଜିଲ୍ଲା କ୍ଷତିଗ୍ରସ୍ତ ହେବ। ହୀରାକୁଦରେ ଜଳସ୍ତର ୪ଦିନରେ ଗୋଟିଏ ଫୁଟ୍ କମି ଯାଇଛି। ଯଦି ଏହି ହାରରେ ପାଣି କମିଚାଲେ ତାହାଲେ ମେ’ ମାସରେ ଉତ୍କଟ ଜଳ ସମସ୍ୟା ଦେଖାଯିବ। ଭୁବନେଶ୍ବର ସମେତ ରାଜ୍ୟରେ ଉତ୍କଟ ପାନୀୟ ଜଳ ସମସ୍ୟା ହେବ। ଖାଣି ପାଣି ନୁହେଁ, ବିଜୁଳି ଉତ୍ପାଦନ ବି ବନ୍ଦ ହୋଇପାରେ। ମହାନଦୀ ଟ୍ରିବ୍ୟୁନାଲ ଗଠନକୁ ୭ବର୍ଷ ହେଲାଣି। ଟ୍ରିବ୍ୟୁନାଲ ଇଣ୍ଟରିମ୍ ରିଲିଫ୍ ଦେଲେନାହିଁ କାହିଁକି? ଛତିଶଗଡ଼ର ମନମୁଖୀ ବ୍ୟାରେଜ ନିର୍ମାଣର ପ୍ରଭାବ ଏବେ ଓଡ଼ିଶାରେ ପଡ଼ୁଛି। ଡିସେମ୍ବରରୁ ଏ ସମସ୍ୟା ଆରମ୍ଭ ହେଲାଣି। ଜୁନ୍ ଆସୁ ଆସୁ ହୀରାକୁଦ ଡେଡ୍ ଷ୍ଟୋରେଜ୍ ସ୍ତର ହୋଇଯିବ। ସରକାରଙ୍କ ପାଖରେ ଏମିତି ସମସ୍ୟା ନେଇ ଖବର ନ ଥିଲା କେମିତି? ଯଦି ଖବର ଥିଲା ତାହାଲେ କାହିଁକି ପଦକ୍ଷେପ ନେଲେନାହିଁ? ଏଥିପାଇଁ ଛତିଶଗଡ଼ ସରକାର ଓ ଟ୍ରିବ୍ୟୁନାଲ ଦାୟୀ। ଏତେ ବଡ଼ ସମସ୍ୟାକୁ ସରକାର ଗୁରୁତ୍ବର ସହ ନ ନେଇ କାହିଁକି ଖାମଖିଆଲ କଲେ? ଏବେ ସମୟ ଅଛି ରାଜ୍ୟ ସରକାର ଯୁଦ୍ଧାକଳୀନ ଭିତ୍ତିରେ ଏହି ସମସ୍ୟାର ସମାଧାନ କରନ୍ତୁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।
ହୀରାକୁଦ ପାଣି ସମସ୍ୟା ଉଦ୍ବେଗଜନକ : ବିଜୟ
ବିରୋଧୀଙ୍କୁ ବିଶ୍ବାସକୁ ନିଆଯାଉନି : ନରସିଂହ
ପଡ଼ୋଶୀଙ୍କ ସହ କଳି ନ କରି ତତ୍ପରନାସ୍ତି ଉଦ୍ୟମ ହେଉ : ସୌମ୍ୟ
ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି, ୨୦୦୦ ମସିହାରୁ ଗୃହରେ ମହାନଦୀ ପ୍ରସଙ୍ଗରେ ଆଲୋଚନା ଚାଲିଛି। ଆଲୋଚନା ପାଇଁ ସେମାନେ ଆହ୍ବାନ ଦେଲେ, କିନ୍ତୁ ଆମେ ଯେତେବେଳେ ପ୍ରସ୍ତାବ ଦେଲୁ ସେତେବେଳେ ସରକାର ପଛଘୁଞ୍ଚା ଦେଲେ। ୨୦୧୬-୧୭ରେ ମୁଖ୍ୟମନ୍ତ୍ରୀ କହିଥିଲେ ମୁଁ କାହାର ସହଯୋଗ ନେବାକୁ ଚାହୁଁନି। ମୁଁ ଏକା କରିପାରିବି। ବର୍ତ୍ତମାନ କ’ଣ ବୋଲି କହିବେ ? ଗୃହରେ ଦୁଇ ଦୁଇଟି ଗୃହ କମିଟି ହେଲା। ଗୋଟିଏରେ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷ ଥିବା ବେଳେ ଅନ୍ୟଟି ବାଚସ୍ପତି ରହିଥିଲେ। ଥରଟିଏ ବି ବୈଠକ ହେଲାନି। ବିରୋଧୀଙ୍କୁ ବିଶ୍ବାସକୁ ନେଉ ନ ଥିବାରୁ ମହାନଦୀ ସମସ୍ୟାର ସମାଧାନ କରିପାରୁନାହାନ୍ତି ବୋଲି ଶ୍ରୀ ମିଶ୍ର କହିଛନ୍ତି।
ଅପରପକ୍ଷରେ ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେଡି ନେତା ସୌମ୍ୟରଂଜନ ପଟ୍ଟନାୟକ। ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ପଡ଼ୋଶୀ ରାଜ୍ୟ ଯେଉଁମାନେ ଆରମ୍ଭରୁ ଅଛନ୍ତି, ସେମାନେ କିଛି ପରିମାଣରେ ବାଧକ ସାଜିଛନ୍ତି। ପ୍ରକୃତି ଆମକୁ ଯେତିକି ଦେଉଛି, ପଡ଼ୋଶୀଙ୍କ ସହ କଳି ନ କରି ତତ୍ପରନାସ୍ତି ଉଦ୍ୟମ କରାଯିବା ଉଚିତ୍। ବ୍ରାହ୍ମଣୀ, ବୈତରଣୀ ପାଣି କେମିତି ବୋହି ନ ଯିବ ସେଥିପ୍ରତି ଧ୍ୟାନ ଦେବା ଆବଶ୍ୟକ ବୋଲି ଶ୍ରୀ ପଟ୍ଟନାୟକ ମତ ରଖିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/mahanadi-bkk-750x430-1.jpg)