ବରଗଡ଼: ଇଂରାଜୀ ନବବର୍ଷକୁ ଲୋକେ ଭିନ୍ନ ଭିନ୍ନ ଢଙ୍ଗରେ ସ୍ୱାଗତ କରିଛନ୍ତି। ବରଗଡ଼ର ଯୁବ ସମାଜସେବୀ ସୁବ୍ରତ ବିର୍ତ୍ତିଆ ସହରର କିଛି ଅସହାୟଙ୍କୁ ନେଇ ରେସ୍ତୋରାଁରେ ନିଆରା ଭାବରେ ଏହି ଦିନକୁ ପାଳନ କରିଛନ୍ତି। ଯେଉଁ ଦୁଃଖୀ ଦରିଦ୍ରମାନେ ଗୋଟିଏ ବେଳା ଖାଇବା ପାଇଁ ସଂଘର୍ଷ କରିଥାନ୍ତି, ସେମାନେ ଏହି କାର୍ଯ୍ୟକ୍ରମରେ ରେସ୍ତୋରାଁର ସୁଆଦିଆ ଖାଦ୍ୟ ଚାଖିଛନ୍ତି।

Advertisment

ଏପରିକି କେକ୍‌ କାଟି ନବବର୍ଷକୁ ସ୍ବାଗତ ବି କରିଛନ୍ତି। ସୁବ୍ରତଙ୍କ ଏପରି ନିଆରା କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।