ବାଲେଶ୍ବର: ସହରର ବ୍ଲକ କଲୋନିରେ ମଙ୍ଗଳବାର ସଂଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ରାସ୍ତା ଉପରେ ଠିଆ ହୋଇଥିବା ଦୁଇ କାର ଉପରେ ବିଦ୍ୟୁତ୍ ତାର ଛିଡ଼ି ପଡ଼ିବାରୁ ଚକାରେ ନିଆଁ ଲାଗି ଯାଇଥିଲା। ଫଳରେ କାରର ଚକାଗୁଡ଼ିକ ବହୁତ ଜୋର୍ରେ ଫାଟି ଚାରିଆଡ଼କୁ ନିଆଁ ଛିଟ୍କିଥିଲା। ଛିଡ଼ି ପଡ଼ିଥିବା ତାରର ଗୋଟିଏ ପାର୍ଶ୍ବରେ କରେଣ୍ଟ ଥିବାରୁ ଲୋକେ ଭୟରେ ସେଠାକୁ ଯାଇନଥିଲେ। ଏନେଇ ବିଦ୍ୟୁତ୍ ବିଭାଗ ଓ ଦମକଳ କେନ୍ଦ୍ରକୁ ଖବର ଦେବା ପରେ ସଙ୍ଗେସଙ୍ଗେ ବିଦ୍ୟୁତ୍ କାଟ୍ କରାଯାଇଥିଲା। ହେଲେ ଦମକଳ ଆସିବା ବିଳମ୍ବ ହେବାରୁ ଲୋକେ କାର ଉପରକୁ ବାଲି ଫିଙ୍ଗି ନିଆଁ ଲିଭାଇଥିଲେ। ଏହାପରେ ଦମକଳବାହିନୀ ଆସି ପହଞ୍ଚିଥିଲେ। ପ୍ରାୟ ଅଢ଼େଇ ଘଣ୍ଟା ଧରି ଅନ୍ଧାର ରହିବା ପରେ ବିଦ୍ୟୁତ୍ ବିଭାଗ କର୍ମଚାରୀ ପହଞ୍ଚି ତାର ସଜାଡ଼ିଥିଲେ। ସହରର ଏତେ ନିକଟରେ ଥାଇ ବି ଏକ ଜରୁରୀକାଳୀନ ସମୟରେ ଦୁଇ ବିଭାଗର ଏହି ବିଳମ୍ବିତ ପଦକ୍ଷେପକୁ ଅଞ୍ଚଳବାସୀ ନାପସନ୍ଦ କରିଛନ୍ତି।
କାର୍ ଉପରେ ଛିଡ଼ି ପଡ଼ିଲା ବିଦ୍ୟୁତ୍ ତାର, ନିଆଁ ଜଳି ଫାଟିଲା ଚକା
/sambad/media/post_attachments/wp-content/uploads/2020/04/bb9e5003-1b18-4995-becc-2f98b4065923.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)