ବର୍ଷାରେ ବୁଡ଼ିଲା ଶ୍ରୀଅଲାରନାଥଙ୍କ ମନ୍ଦିର ପରିସର

ବ୍ରହ୍ମଗିରି : ଶନିବାର ସକାଳୁ ଅପରାହ୍ନ ପର୍ଯ୍ୟନ୍ତ ବ୍ରହ୍ମଗିରିରେ ପ୍ରବଳ ବର୍ଷା ଅଜାଡ଼ିଛି। ବର୍ଷାରେ ଶ୍ରୀଅଲାରନାଥଙ୍କ ମନ୍ଦିର ବେଢ଼ାରେ ଆଣ୍ଠୁଏ ପାଣି ଜମିରହିଛି। ଶ୍ରଦ୍ଧାଳୁ ଶ୍ରୀଜିଉଙ୍କ ଦର୍ଶନ ପାଇଁ ପାଣିରେ ପଶି ଯାଇଛନ୍ତି। ସକାଳ ଦଶଟା ବେଳୁ ମୂଷଳଧାରାରେ ବର୍ଷା ଆରମ୍ଭ ହୋଇଯାଇଥିଲା। ପ୍ରବଳ ବର୍ଷାରେ ଶ୍ରୀଅଲାରନାଥଙ୍କ ମନ୍ଦିରର ଦକ୍ଷିଣ ପାର୍ଶ୍ବରୁ ଶ୍ରୀମହାଲକ୍ଷ୍ମୀଙ୍କ ମନ୍ଦିର ଦେଇ ଶ୍ରୀଚୈତନ୍ୟ ଚକଡ଼ା ପର୍ଯ୍ୟନ୍ତ ପାଣି ଜମିରହିଥିଲା। ମନ୍ଦିର ପଶ୍ଚିମ ପାଖ ଓ ଉତ୍ତର ପାଖରେ ମଧ୍ୟ ପାଣି ଜମି ରହିଥିଲା।

ଶ୍ରୀମହାଲକ୍ଷ୍ମୀଙ୍କ ପାଖରେ ନିଷ୍କାସନ ପାଇଁ ବସିଥିବା ମୋଟର ଜଳନିଷ୍କାସନ କରିପାରିନଥିଲା। ପାଣି ଜମି ରହିବା ଯୋଗୁ ମନ୍ଦିରକୁ ଦର୍ଶନ ପାଇଁ ଆସିଥିବା ଶ୍ରଦ୍ଧାଳୁ ନାକେଦମ ହୋଇଥିଲେ। ବାରମ୍ବାର ପାଣି ଜମିବା ଯୋଗୁ ମନ୍ଦିର ପ୍ରତି ବିପଦ ଆଶଙ୍କା ଉପୁଜିଛି। ଅନ୍ୟପଟେ ଅଧିକ ବର୍ଷା ପାଣି ଜମିବା ଯୋଗୁ ଉତ୍ତର ପାଖରେ ଥିବା ପାଦୁକ କୁଣ୍ତ ଦେଇ ବର୍ଷା ପାଣି ଶ୍ରୀଜଉଙ୍କ ରତ୍ନସିଂହାସନ ପାଖକୁ ଲାଗିଛି। ବର୍ଷା କମିବା ପରେ ରତ୍ନସିଂହାସନ ପାଖରୁ ପାଣି କମିଥିଲା। କିନ୍ତୁ ମନ୍ଦିର ପରିସରରେ ପାଣି ଜମି ରହିବା ଯୋଗୁ ୪ ଘଣ୍ଟା ଶ୍ରଦ୍ଧାଳୁ ଓ ସେବାୟତ ନାକେଦମ ହୋଇଥିଲେ।

ସମ୍ବନ୍ଧିତ ଖବର