ବାରିପଦା: ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ଥିବା କଳାବାଘ ‘କାଳିଆ’କୁ ନେଇ ସବୁଠି ଚର୍ଚ୍ଚା। ଶିମିଳିପାଳର ବାଘବଂଶ ବୁଡ଼ିଯାଉଥିବା ବେଳେ ବଂଶରକ୍ଷାରେ ପ୍ରମୁଖ ଭୂମିକା ନେଇଥିଲା ‘କାଳିଆ’। ଏହି କାରଣରୁ ପୂର୍ବତନ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ୍) ତଥା ବନ୍ୟଜନ୍ତୁ ବିଶେଷଜ୍ଞ ସୁଶାନ୍ତ ନନ୍ଦ ‘କାଳିଆ’କୁ ଶିମିଳିପାଳର ଗର୍ବ, ବନ୍ୟଜୀବ ସଂରକ୍ଷଣର ଜୀବନ୍ତ ମାଇଲଖୁଣ୍ଟ ଏବଂ ‘ବ୍ଲାକ୍ ବ୍ୟୁଟି’ ଆଖ୍ୟା ଦେଇ ସୋସିଆଲ ମିଡିଆରେ ପ୍ରଶଂସା କରିଛନ୍ତି।
ପୂର୍ବତନ ପିସିସିଏମ୍ ଶ୍ରୀ ନନ୍ଦ କଳାବାଘ ‘କାଳିଆ’ର ଫଟୋ ଓ ଭିଡିଓ ପୋଷ୍ଟ କରି ଲେଖିଛନ୍ତି, ଯେତେବେଳେ ଶିମିଳିପାଳରେ ମାତ୍ର ୬ଟି ବାଘ ରହିଥିଲେ, ସେହି ସମୟରେ ‘କାଳିଆ’ ଏକାଧିକ ବାଘୁଣୀଙ୍କ ସହ ସଙ୍ଗମ କରି ବହୁ ଶାବକର ଜନକ ହୋଇଥିଲା। ଆଜି ଶିମିଳିପାଳରେ ବାଘ ସଂଖ୍ୟା ୬ରୁ ବୃଦ୍ଧି ପାଇ ୩୦ରୁ ଅଧିକ ହୋଇଛି। ଏହାର ମୁଖ୍ୟ ଶ୍ରେୟ ‘କାଳିଆ’କୁ ଦିଆଯାଉଛି। ଶିମିଳିପାଳରେ କଳାବାଘଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି। ଏହା ଭାରତର ବାଘ ସଂରକ୍ଷଣ ଇତିହାସରେ ଅତି ବିରଳ ଘଟଣା ବୋଲି ବନ୍ୟଜନ୍ତୁ ବିଶେଷଜ୍ଞମାନେ ମତ ଦେଉଛନ୍ତି। ସୂଚନାଯୋଗ୍ୟ ଯେ, ଶିମିଳିପାଳ ଅଭୟାରଣ୍ୟ ନିକଟରେ ଦେଶର ପ୍ରଥମ ‘କଳାବାଘ ସଫାରି’ କରିବାକୁ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷ ଅନୁମତି ପ୍ରଦାନ କରିଛନ୍ତି। ବାରିପଦା ନିକଟସ୍ଥ ମଞ୍ଚାବେଡ଼ାଠାରେ ପ୍ରାୟ ୨୦୦ ଏକର ଜାଗାରେ ଏହି ସଫାରି ପ୍ରସ୍ତୁତ ହେବ। ଏହି ସଫାରି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ସହ କଳାବାଘଙ୍କ ସଂରକ୍ଷଣ ଓ ପ୍ରଜନନ ପାଇଁ ମଧ୍ୟ ଏକ ବଡ଼ ପଦକ୍ଷେପ ହେବ ବୋଲି ବନ ବିଭାଗ ଅଧିକାରୀମାନେ ଆଶା କରୁଛନ୍ତି।
Pride of Shimilipa: ଶିମିଳିପାଳର ଗର୍ବ ‘କାଳିଆ’
ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ଥିବା କଳାବାଘ ‘କାଳିଆ’କୁ ନେଇ ସବୁଠି ଚର୍ଚ୍ଚା। ଶିମିଳିପାଳର ବାଘବଂଶ ବୁଡ଼ିଯାଉଥିବା ବେଳେ ବଂଶରକ୍ଷାରେ ପ୍ରମୁଖ ଭୂମିକା ନେଇଥିଲା ‘କାଳିଆ’।
/sambad/media/media_files/2025/11/20/untitled-7-2025-11-20-06-00-39.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)