ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବୀମାଭୁକ୍ତ ଚାଷୀମାନଙ୍କୁ କ୍ଷତିପୂରଣ ପାଇଁ ପଦକ୍ଷେପ ନେବାକୁ ବୀମା କମ୍ପାନି, ବ୍ୟାଙ୍କ ଏବଂ ବିଭାଗୀୟ ଅଧିକାରୀଙ୍କୁ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ନିର୍ଦେଶ ଦେଇଛନ୍ତି। ମନ୍ତ୍ରୀ ଶ୍ରୀ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଏସଂକ୍ରାନ୍ତରେ ଆୟୋଜିତ ବୈଠକରେ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଉପସ୍ଥିତି ଥିଲେ। ଝାରସୁଗୁଡ଼ା ଜିଲ୍ଲାର ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ହିତାଧିକାରୀ ଚାଷୀଙ୍କୁ ନେଇ ବୈଠକରେ ଆଲୋଚନା ହୋଇଥିଲା। ପାଣିପାଗର ଅନିଶ୍ଚିତତା ଓ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ସମସ୍ତ ଚାଷୀ ଫସଲ ବୀମା ପଞ୍ଜୀକରଣ କରି ନିଜ ଫସଲକୁ ସୁରକ୍ଷିତ ରଖିବା ପାଇଁ କୃଷିମନ୍ତ୍ରୀ କହିଥିଲେ।
ଏଥିସହିତ ଫସଲ ବୀମାରେ ବୈଷୟିକ ଜ୍ଞାନକୌଶଳ ବିନିଯୋଗ କରି କ୍ଷତି ଆକଳନ ପ୍ରକ୍ରିୟାକୁ ନିର୍ଭୁଲ ଓ ସୁଦୃଢ଼ କରିବା ନେଇ ଗୁରୁତ୍ବ ଦିଆଯାଇଛି। ବୈଠକରେ ସମବାୟ ବିଭାଗର ସଚିବ ସଂଜୀବ କୁମାର ଚଢ଼ା, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଏମ୍. ମୁଥୁକୁମାର, ସମବାୟ ସମିତି ନିବନ୍ଧକ ଉଦ୍ଧବ ଚରଣ ମାଝୀ, ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଗୋପବନ୍ଧୁ ଶତପଥୀ, ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶକ ବି.ବି. ନନ୍ଦଙ୍କ ସମେତ ରିଲାଏନ୍ସ ଜିଆଇସି ଲିମିଟେଡ୍ର ପ୍ରତିନିଧି, ବିଭାଗୀୟ ବରିଷ୍ଠ ଅଧିକାରୀ, ଝାରସୁଗୁଡ଼ା ଜିଲ୍ଲାର ଲଖନପୁର, କୁଲାବିରା, ଲାଇକେରା, କିରିମିରା ଓ ଝାରସୁଗୁଡ଼ା ବ୍ଲକ୍ର ଅନେକ ଚାଷୀ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/farming.jpg)