ଭୁବନେଶ୍ବର: ଆସନ୍ତାକାଲି ପୁଣି ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପୁରୀରେ ତାଙ୍କର ଏକ ରୋଡ୍‌ ସୋ’ କାର୍ଯ୍ୟକ୍ରମ ରହିଛି। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ସଂଧ୍ୟା ୬ଟାରେ ଭୁବନେଶ୍ବରରେ ପହଞ୍ଚିବେ। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିବେ। ରାଜଭବନରେ ରାତ୍ରୀଯାପନ କରିବେ। ୨୦ ତାରିଖରେ ପୁରୀ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ନେବେ। ପରେ ଏକ ରୋଡ୍‌ ସୋ’ରେ ସାମିଲ ହେବେ। ସକାଳ ସାଢ଼େ ୯ଟାରେ ଅନୁଗୁଳ ଓ ସାଢ଼େ ୧୧ଟାରେ କଟକ ଜିଲ୍ଲା ପଡ଼ିଆରେ ଜନସଭାକୁ ସମ୍ବୋଧିତ କରିବେ। ସେହିପରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆସନ୍ତାକାଲି ୩ଟି ଜନସଭାକୁ ସମ୍ବୋଧିତ କରିବେ। ସକାଳ ୧୦ଟାରେ ସମ୍ବଲପୁର ରେଢ଼ାଖୋଲର ନାକଟିଦେଉଳ, ୧୧ଟା ୪୦ରେ କେନ୍ଦୁଝରର ପାଟଣା ଓ ଅପରାହ୍‌ଣ ସାଢ଼େ ଗୋଟାଏରେ ଖୋର୍ଦ୍ଧାଠାରେ ଜନସଭାକୁ ସମ୍ବୋଧିତ କରିବେ। ଅପରାହ୍‌ଣ ୨ଟା ୫୫ରେ ଓଡ଼ିଶାରୁ ପ୍ରତ୍ୟାବର୍ତ୍ତନ କରିବେ।

Advertisment

ଆସନ୍ତା ୨୧ ତାରିଖରେ ପୁଣିଥରେ ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ। ଗୋଟିଏ ଦିନରେ ଶ୍ରୀ ଶାହଙ୍କ ୪ଟି କାର୍ଯ୍ୟକ୍ରମ ରହିଛି। ପୂର୍ବାହ୍ନ ୧୨ଟାରେ ସମ୍ବଲପୁରର ରେମେଡ଼ ଗାଁ ପଡ଼ିଆରେ ଜନସଭା, ଅପରାହ୍‌ଣ ସାଢ଼େ ୧ଟାରେ କେନ୍ଦୁଝର ମେଡିକାଲ ପଡ଼ିଆ ଓ ଅପରାହ୍‌ଣ ୨ଟା ୩୫ରେ ଢେଙ୍କାନାଳ ପର୍ଜଙ୍ଗ ବାଟ ଗାଁ ଓ ଅପରାହ୍‌ଣ ୩ଟା ୪୦ରେ ନୟାଗଡ଼(ଲାଠିପଡ଼ା ଟାଙ୍ଗୀ ପଡ଼ିଆ) ଜନସଭାକୁ ସମ୍ବୋଧିତ କରି‌ବାର କାର୍ଯ୍ୟକ୍ରମ ରହିଛି।