ବାୟୋଟେକ୍ ଷ୍ଟାର୍ଟଅପ୍ ଏକ୍ସପୋକୁ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୯ ଜୁନ୍ ପୂର୍ବାହ୍ନ ୧୦ ଟା ୩୦ ରେ ନୂଆଦିଲ୍ଲୀର ପ୍ରଗତି ମଇଦାନରେ ବାୟୋଟେକ୍ ଷ୍ଟାର୍ଟଅପ୍ ଏକ୍ସପୋ – ୨୦୨୨କୁ ଉଦ୍‌ଘାଟନ କରିବେ। ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ପରେ ପରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ଦୁଇ ଦିନିଆ କାର୍ଯ୍ୟକ୍ରମ ଜୁନ୍‍ ୯ ଏବଂ ୧୦ରେ ହେବ । ବାୟୋଟେକ୍ନୋଲୋଜି ବିଭାଗ ଏବଂ ବାୟୋଟେକ୍ନୋଲୋଜି ଶିଳ୍ପ ଅନୁସନ୍ଧାନ ସହାୟତା ପରିଷଦ (ବିଆଇଆର୍‌ଏସି) ଦ୍ୱାରା ଏହା ଆୟୋଜିତ ହେଉଛି।

ବିଆଇଆର୍‌ଏସି ସ୍ଥାପନର ଦଶ ବର୍ଷ ପୂର୍ତ୍ତି ଅବସରରେ ଏହା ଅନୁଷ୍ଠିତ ହେଉଛି। ଏକ୍ସପୋର ବିଷୟବସ୍ତୁ ହେଲା ‘ବାୟୋଟେକ ଷ୍ଟାର୍ଟଅପ୍ ଇନୋଭେସନ୍‌ସ: ଆତ୍ମ ନିର୍ଭର ଭାରତ ଅଭିମୁଖେ’। ଉଦ୍ୟୋଗୀ, ନିବେଶକ, ଶିଳ୍ପପତି, ବୈଜ୍ଞାନିକ, ଅନୁସନ୍ଧାନକାରୀ, ବାୟୋ-ଇନକ୍ୟୁବେଟର, ଉତ୍ପାଦକ, ନିୟାମକ, ସରକାରୀ ଅଧିକାରୀ ଇତ୍ୟାଦିଙ୍କୁ ସଂଯୋଗ କରିବା ପାଇଁ ଏହି ଏକ୍ସପୋ ଏକ ପ୍ଲାଟଫର୍ମ ଭାବେ କାର୍ଯ୍ୟ କରିବ । ଏକ୍ସପୋରେ ପ୍ରାୟ ୩୦୦ ଷ୍ଟଲ୍ ପ୍ରତିଷ୍ଠା ହେବ ଏବଂ ବିଭିନ୍ନ କ୍ଷେତ୍ରରେ ଜୈବ ପ୍ରଯୁକ୍ତିବିଦ୍ୟା ଯେପରିକି ସ୍ୱାସ୍ଥ୍ୟସେବା, ଜେନୋମିକ୍‌ସ, ବାୟୋଫାର୍ମା, କୃଷି, ଶିଳ୍ପ ବାୟୋଟେକ୍ନୋଲୋଜି, ବର୍ଜ୍ୟବସ୍ତୁରୁ ସମ୍ପଦ ଓ ସ୍ୱଚ୍ଛ ଶକ୍ତି ଆଦି ପ୍ରଦର୍ଶିତ ହେବ ।

ସମ୍ବନ୍ଧିତ ଖବର