ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଜେଲ୍ ବ୍ୟବସ୍ଥାରେ ସଂସ୍କାର ହୋଇଛି

ସରକାରଙ୍କ ସତ୍ୟପାଠ

କଟକ: ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶ ଅନୁଯାୟୀ ଜେଲ୍‌ ବ୍ୟବସ୍ଥାରେ ସଂସ୍କାର କରାଯାଇଛି। ୨୦୨୧, ଡିସେମ୍ବର ୨୩ରେ ହାଇକୋର୍ଟ ପ୍ରଦାନ କରିଥିବା ନିର୍ଦ୍ଦେଶ ସବୁ କାର୍ଯ୍ୟକାରୀ କରାଯାଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶରେ କମିଟି ଗଠନ କରାଯାଇଛି ଏବଂ ଜେଲ୍‌ଗୁଡିକରେ ଭିଡ଼ ଏଡାଇବା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି।

ରାଜ୍ୟ ସରକାରଙ୍କ ପକ୍ଷରୁ ଦାଖଲ ହୋଇଥିବା ସତ୍ୟପାଠରେ ଏହା ଉଲ୍ଲେଖ କରାଯାଇଛି। ଏହି ସତ୍ୟପାଠର କପି ଆମିକସ୍ କ୍ୟୁରୀଙ୍କୁ ପ୍ରଦାନ କରାଯାଇଛି। ସରକାରଙ୍କ ସତ୍ୟପାଠ ଉପରେ ଆମିକସ୍ କ୍ୟୁରୀ ପରବର୍ତ୍ତୀ ଶୁଣାଣି ସମୟରେ ପକ୍ଷ ରଖିବେ। ମାର୍ଚ୍ଚ ୨୨ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ମୁଖ୍ୟ ବିଚାରପତି ଡକ୍ଟର ଜ‌ଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଆମିକସ କ୍ୟୁରୀ ବରିଷ୍ଠ ଆଇନଜୀବୀ ଗୌତମ ମିଶ୍ର ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର