ସମ୍ବଲପୁର: ଛୁଟିରେ ଘରକୁ (ପାରୋଲ) ଆସିଥିବା ଶାସନ ଥାନା କଣ୍ଟାପାଲିର ଜଣେ କଏଦୀ ସୁରେଶ ଗୁରୁଙ୍କ ମୃତ୍ୟୁ ଘଟିଛି। ସେ ଏକ ହତ୍ୟା ମାମଲାରେ ଜେଲ୍ଦଣ୍ଡ ଭୋଗୁଥିଲେ। ୧୪ ବର୍ଷ ଜେଲ୍ଦଣ୍ଡ ପରେ ୩ ମାସ ପାଇଁ ଛୁଟିରେ ଘରକୁ ଯାଇଥିଲେ। ତେବେ ଅସୁସ୍ଥତା କାରଣରୁ ତାଙ୍କ ଏହି ଅବଧି ବୃଦ୍ଧି ପାଇଥିଲା। ରବିବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।
ପୁଲିସ ସୂଚନା ଅନୁଯାୟୀ, ସୁରେଶ ଗୁରୁ ରବିବାର ସକାଳେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ପରିବାର ଲୋକେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଶାସନ ଥାନା ପୁଲିସ ସୂଚନା ପାଇବା ପରେ ତାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବୁର୍ଲା ପଠାଇଥିଲା। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ ଆରମ୍ଭ କରିଛି।