ଆମ୍ବୁଲାନ୍‌ସରେ ଯିବେ କଏଦୀ

ଭୁବନେଶ୍ବର : କଏଦୀଙ୍କୁ ଆମ୍ବୁଲାନ୍‌ସରେ ନିଆଯିବ। ରାଜ୍ୟରେ କାର୍ଯ୍ୟ କରୁଥିବା ୧୦୮ ଆମ୍ବୁଲାନ୍‌ସ ବାଦ୍ ସିଡିଏମ୍‌ଓଙ୍କ ଅଧୀନରେ ଥିବା ଆମ୍ବୁଲାନ୍‌ସକୁ ଆବଶ୍ୟକତା ସମୟରେ ଜେଲ କର୍ତୃପକ୍ଷ ନେଇପାରିବେ। ଚଳିତମାସ ୩ ତାରିଖରେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ହୋଇଥିବା ତୃତୀୟ କଏଦୀ ବିକାଶ ବୋର୍ଡର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ସୋମବାର ଦିନ ରାଜ୍ୟ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ସବୁ ଜିଲ୍ଲା ସିଡିଏମ୍‌ଓ, କ୍ୟାପିଟାଲ ହସ୍ପିଟାଲ ଓ ଆରଜିଏଚ୍‌, ରାଉରକେଲାର ନିର୍ଦେଶକଙ୍କୁ ଚିଠି ଲେଖି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଲାଗି କହିଛନ୍ତି। ତେବେ କେଉଁ ନିର୍ଦ୍ଦିଷ୍ଟ କାରଣ ପାଇଁ କଏଦୀମାନଙ୍କୁ ଆମ୍ବୁଲାନ୍‌ସରେ ନିଆଯିବ ସେ ସଂପର୍କରେ ବିଭାଗ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ।

ସମ୍ବନ୍ଧିତ ଖବର