ଜୟପୁର: ସଫ୍ଟଓୟାର ଟେକ୍ନୋଲୋଜୀ ପାର୍କ ଅଫ ଇଣ୍ତିଆ(ଏସଟିପିଆଇ) ପାର୍କ କାର୍ଯ୍ୟ ଆଉ ପାଦେ ଆଗକୁ ବଢିଛି। ଆଜି କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ର ଓ ଏସଟିପିଆଇ ଭୁବେନେଶ୍ବରର ନିର୍ଦ୍ଦେଶକ ମାନସ ରଞ୍ଜନ ପଣ୍ଡାଙ୍କ ମଧ୍ୟରେ ଏକ ଚୁକ୍ତିନାମା ସ୍ବାକ୍ଷର ହୋଇଛି। ଲିଜ ସୁତ୍ରରେ ପାଖା ପାଖି ୨.୮୦ ଏକର ଜମି ଦେବାକୁ ଜିଲ୍ଲାପାଳଙ୍କ ସହ ଏସଟିପିଆଇ ପକ୍ଷରୁ ଏହି ଚୁକ୍ତି ସ୍ବାକ୍ଷର ହୋଇଥିବା ବେଳେ ଖୁବଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାପଡିଛି। ଜୟପୁର ଉମୁରୀ ମୌଜା ଅଧୀନ ଫୁଲବାଡଠାରେ ୨.୮୦ ଏକର ଜମିରେ ୧୦ କୋଟି ଟଙ୍କା ବିନିୟମରେ ଏହି କେନ୍ଦ୍ର ଖୋଲିବ ବୋଲି ୨୦୧୫ ମସିହା ଅଗଷ୍ଟ ମାସରେ ଏସଟିପିଆଇ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏମଓୟୁ ସ୍ବାକ୍ଷର କରାଯାଇଥିଲା। ଏହାସହ ଶ୍ରୀ ପଣ୍ଡା ଆଜି ପ୍ରସ୍ତାବିତ କେନ୍ଦ୍ରକୁ ଯାଇ ବୁଲି ଦେଖିବା ସହ ଆର ଆଣ୍ଡ ବି ଇଞ୍ଜିନିୟରଙ୍କ ସହ ଆଲୋଚନା କରିଛନ୍ତି। ଖୁବଶୀଘ୍ର ଏହି କେନ୍ଦ୍ର ପ୍ରତିଷ୍ଠା କରାଯିବା ସହ କାମ ଆରମ୍ଭ ହେବ ବୋଲି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି।
କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଫୁଲବାଡରେ କେନ୍ଦ୍ର ବୈଦୁତ୍ୟିକ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ବିଭାଗ ଅଧୀନସ୍ଥ ସଫ୍ଟଓୟାର ଟେକ୍ନୋଲୋଜୀ ପାର୍କ ଅଫ ଇଣ୍ତିଆ (ଏସଟିପିଆଇ) ପକ୍ଷରୁ ଏକ ସଫ୍ଟଓୟାର ପାର୍କ ପ୍ରତିଷ୍ଠା କରିବାକୁ ଏମଓୟୁ ସ୍ବାକ୍ଷର କରିଥିଲେ ରାଜ୍ୟ ସରକାର। ଏହ ଚୁକ୍ତି କରାଯିବାର ୫ ବର୍ଷ ପରେ ଆଜି ଆଉ ପାଦେ ଆଗେଛଇଛି ଜିଲ୍ଲା ପ୍ରଶାସନ। ଏହି ପାର୍କ ନିମାର୍ଣ ପାଇଁ ୧୧,୫୦୦ ବର୍ଗଫୁଟର କୋଠା, ଉଚ୍ଚମାନର ଆଇଟି ସାମଗ୍ରୀ, ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା, ୧୦୦କେଭିର ଡିଜିସେଟ୍, ୫୦ କେଭିର ୟୁପିଏସ ସୁବିଧା ଓ ଏହାସହ ଦ୍ରୁତ ଇଣ୍ଟରନେଟର ସୁବିଧା ରହିବାର ଆବଶ୍ୟକ ରହିଛି। ଏହାସହ ଗତ ୫ ବର୍ଷ ମଧୢରେ ୩ ଥର ଲେଖାଏଁ କେନ୍ଦ୍ର ଓ ରାଜ୍ୟର ଭିନ୍ନ ଭିନ୍ନ ଟିମ୍ ଆସି ସାଇଟ ଚୟନ କରି ଯାଇଥିବାବେଳେ ଜୟପୁର ତହସିଲ ପକ୍ଷରୁ ଜମି ଦେଖାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/stpi.jpg)