ବୌଦ୍ଧ: ବେଆଇନ ଗଞ୍ଜେଇ କାରବାରରେ ପୁଲିସ କର୍ମଚାରୀଙ୍କ ସମ୍ପୃକ୍ତି ସାମ୍ନାକୁ ଆସିଛି। ମନମୁଣ୍ଡା ଥାନା ପୁଲିସ ଆଇଆର୍ବିଏନ୍ର ଜଣେ ହାବିଲ୍ଦାଲ ଏବଂ ୨ଜଣ କନେଷ୍ଟବଳଙ୍କୁ ବେଆଇନ ଭାବେ ଗଞ୍ଜେଇ ଗଚ୍ଛିତ ରଖିଥିବା ଅଭିଯୋଗରେ ଗିରଫ କରିଥିବା ଜଣାପଡ଼ିଛି। ଏନେଇ ଜିଲ୍ଲା ପୁଲିସ ମୁଖ୍ୟାଳୟ ପକ୍ଷରୁ ଜାରି ପ୍ରେସ୍ ବିଜ୍ଞପ୍ତି ଅନୁସାରେ, ମାଓ ମୁକାବିଲା ପାଇଁ ମନମୁଣ୍ଡା ଥାନା ଅଞ୍ଚଳରେ ଏକ ଆଣ୍ଟି ନକ୍ସଲ ପ୍ରୋଟେକ୍ସନ୍ ପୋଷ୍ଟ (ଏଏନ୍ପିପି) ରହିଛି।
ପଞ୍ଚମ ଆଇଆର୍ବିଏନ୍ର ପୁଲିସ ବଳ ସେଠାରେ ନିୟୋଜିତ ଅଛନ୍ତି। ତେବେ ଉକ୍ତ ଏଏନ୍ପିପିରେ ବେଆଇନ ଭାବେ ଗଞ୍ଜେଇ ଗଚ୍ଛିତ ଥିବା ଖବର ପାଇ ସୋମବାର ମନମୁଣ୍ଡା ଥାନା ପୁଲିସ ଚଢ଼ଉ କରିଥିଲା। ଯାଞ୍ଚ ବେଳେ ହାବିଲଦାର କୁନାର ସିଂଙ୍କଠାରୁ ୫କେଜି ୧୦୦ ଗ୍ରାମ, କନେଷ୍ଟବଳ ତ୍ରିଲୋଚନ ରଣାଙ୍କଠାରୁ ୭ କେଜି ୭୮୦ ଗ୍ରାମ ଏବଂ କନେଷ୍ଟବଳ ନିଲମ ବାର୍ଲାଙ୍କଠାରୁ ୩ କେଜି ୫୦ ଗ୍ରାମ ଗଞ୍ଜେଇ ମିଳିଥିଲା। ମୋଟ୍ ୧୫ କେଜି ୯୩୦ ଗ୍ରାମ ଗଞ୍ଜେଇ ପୁଲିସ ଜବତ କରିଥିଲା, ଯାହାର ଆନୁମାନିକ ମୂଲ୍ୟ ୧ଲକ୍ଷ ୫୯ହଜାର ୩ ଶହ ଟଙ୍କା ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/03/26/9BpNqskFI2lq8TkCbSud.jpg)