ଜିଲ୍ଲାରେ କରୋନା ତ୍ରିଶତକ, ରାଜ୍ୟରେ ତୃତୀୟ

୩୭୨ ନୂଆ ସଂକ୍ରମିତ ଚିହ୍ନଟ, ମହାନଗରରୁ କେବଳ ୩୨୨

ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ପିରାମିଡ୍ ଭଳି ବଢ଼ି ଚାଲିଛି କରୋନା ଗ୍ରାଫ୍। ଶନିବାର ଏହା ତ୍ରିଶତକ ଅତିକ୍ରମ କରିଛି। ଶୁକ୍ରବାର ୧୭୯ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଶନିବାର ଏହା ଦୁଇ ଗୁଣାରୁ ଅଧିକ ହୋଇ ୩୭୨ରେ ପହଞ୍ଚିଛି। ଖୋର୍ଧା ଓ ସୁନ୍ଦରଗଡ଼ ପରେ ନୂଆ ସଂକ୍ରମଣରେ ସମ୍ବଲପୁର ତୃତୀୟ ସ୍ଥାନରେ ରହିଛି।

ଏଥି ସହ ଜିଲ୍ଲାରେ ମୋଟ ଆକ୍ରାନ୍ତ ସଂଖ୍ୟା ୩୩ ହଜାର ଟପିଛି। ଶନିବାରର ୩୭୨କୁ ମିଶାଇଲେ ଏହି ସଂଖ୍ୟା ୩୩,୧୨୧ରେ ପହଞ୍ଚିଛି। ଶନିବାର ଘୋଷିତ ୩୭୨ ମାମଲା ମଧ୍ୟରୁ ଜଣେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କରୋନା ଯୋଦ୍ଧା ରହିଛନ୍ତି।

ସେହିପରି ସର୍ବାଧିକ ୩୨୨ଟି ମାମଲା ସମ୍ବଲପୁର ମହାନଗର ନିଗମ ଅଞ୍ଚଳରୁ ସାମ୍‌ନାକୁ ଆସିଥିଲାବେଳେ ଜିଲ୍ଲାର ଅବଶିଷ୍ଟ ଅଞ୍ଚଳରୁ ୫୦ ଜଣ ନୂଆ ସଂକ୍ରମିତ ବାହାରିଛନ୍ତି। ରେଢ଼ାଖୋଲ ଏନ୍‌ଏସିରୁ ୪ ଜଣ, ରେଢ଼ାଖୋଲ ବ୍ଲକ୍‌ରୁ ୭ ଜଣ, ନାକଟିଦେଉଳ ବ୍ଲକ୍‌ରୁ ଜଣେ, ଧନକଉଡ଼ା ବ୍ଲକ୍‌ରୁ ୫ ଜଣ, ବାମରାରୁ ୫ ଜଣ, ଜମନକିରାରୁ ୪ ଜଣ, ଯୁଯୁମୁରାରୁ ୮ ଜଣ, ରେଂଗାଲିରୁ ୯ ଜଣ, ମାନେଶ୍ବରରୁ ୬ ଜଣ, କୁଚିଣ୍ଡାରୁ ଜଣେ ସଂକ୍ରମିତ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରେ ୩୫ ଜଣ ୧୮ ବର୍ଷରୁ କମ୍ ବାଳକ, ବାଳିକା ଓ ଶିଶୁ ରହିଛନ୍ତି। ମହାନଗରର ବିଭିନ୍ନ ଶିକ୍ଷାନୁଷ୍ଠାନ, କଲୋନି ସମେତ ପ୍ରାୟ ପ୍ରତ୍ୟେକ ଅଞ୍ଚଳରେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧିତ ଖବର