ବର୍ଷା କମିଛି, ତଥାପି କୋଲାବ ଓ ତେଲିଙ୍ଗିର ନଦୀରେ ବନ୍ୟା ଜଳ

କୋରାପୁଟ: ୩ଦିନର ଲଘୁଚାପ ବର୍ଷା ପରେ ଗତକାଲିଠାରୁ ବର୍ଷା କମିଛି। ଆସନ୍ତା ଦୁଇ ଦିନ ପ୍ରବଳ କାଚିବ ବୋଲି ପାଣିପାଗ ବିଭାଗ ସତର୍କ କରାଇଥିବାବେଳେ କୋରାପୁଟ ଜଲ୍ଲାରେ ରହିଥିବା ତିନିଟି ଜଳ ଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇଛି। କୋଲାବ ଜଳ ଭଣ୍ତାର ଜଳସ୍ତର ବଢି ବଢି ୮୪୯.୮୭୦ ମିଟର ରହିଥିବାବେଳେ ତେଲ‌େଙ୍ଗିରରେ ୬୨୯.୮୫ ମିଟର ଓ ଜଲାପୁଟରେ ବର୍ଷାଜଳ ଭରି ରହିଛି। ଜିଲ୍ଲାରେ ଆଜି ୧୪ଟି ବ୍ଲକରେ ୧୫ଟି ଘର ଭାଙ୍ଗିଥିଲାବେଳେ ଏବେ ପୁଣି ବର୍ଷା ଲାଗି ରହିଥିବାରୁ ଜିଲ୍ଲାବାସୀଙ୍କ ଚିନ୍ତା ବଢିଛି। ହେଲେ ପ୍ରଶାସନ କହୁଛି, ବ୍ୟସ୍ତ ହେବାର ନାହିଁ। ସମସ୍ତ ସ୍ଥିତି ପାଇଁ ପ୍ରଶାସନ ସଜାଗ ରହିଛି।

କୋଲାବ ଜଳଭଣ୍ଡାରରେ ୮୪୯.୮୭୦ ମିଟର ଜଳ ରହିଥିବାବେଳେ ୧୦୭.୬୫୩ କ୍ୟୁସିକ୍‌ ଜଳ ପ୍ରବେଶ କରୁଥିବାବେଳେ ୮.୭୮୨ କ୍ୟୁସିକ ଜଳ ଛଡାଯାଉଛି। ଗତବର୍ଷ ଅପେକ୍ଷା ଚଳିତବର୍ଷ ୨୮.୯୧ ପ୍ରତିଶତ ଜଳ ଭଣ୍ଡାରରେ ଭର୍ତ୍ତି ହେଉଛି। ସେହିପରି ତେଲେଙ୍ଗିର ମୋଟ ଜଳ ଧାରଣକ୍ଷମତା ୬୩୩ ମିଟର ରହିଥିବାବେଳେ ଏବେ ୬୨୯.୮୫ ମିଟର ରହିଛି। ଏବେ ଜଳଭଣ୍ଡାର ମଧ୍ୟକୁ ୩.୯୪ କ୍ୟୁମିକ୍‌ ଜଳ ପ୍ରବେଶ କରୁଥିବାବେଳେ ୧.୨୮ କ୍ୟୁମିକ ଜଳ ଛଡାଯାଉଛି। ଯଦି ଅବିଶ୍ରାନ୍ତ ବର୍ଷା ଲାଗି କରି ରହେ ତେବେ ଗେଟ୍‌ ଖୋଲାଯିବାକୁ ସଜ ହେଉଛି ତେଲଙ୍ଗେିର ପ୍ରକଳ୍ପ। ତଳିଆ ଗାଁରେ ଡାକବାଜି ଯନ୍ତ୍ରରେ ପ୍ରଚାର ଚାଲିଥିବାବେଳେ ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ସ୍ପଷ୍ଟ ଚିତ୍ର ଆସିଯିବ ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛି।

ଚଳିତବର୍ଷ କୋରାପୁଟ ଜିଲ୍ଲାରେ ଭଲ ବର୍ଷା ହେଉଛି। ଜୁନ୍‌ ମାସରେ ସ୍ବଳ୍ପ ବୃଷ୍ଟିପାତ ଜିଲ୍ଲାରେ ଗଜା ମରୁଡିର ଆଶଙ୍କା ସୃଷ୍ଟି କରିଥିଲା। ଗତବର୍ଷ ଭଲ ବର୍ଷା ହୋଇ ନ ଥିବାରୁ ଏଥର ବି ସମାନ ସ୍ଥିତି ଦେଖାଦେବ ବୋଲି ଲୋକେ ଆଶଙ୍କା କରୁଥିଲେ। କିନ୍ତୁ ଜୁଲାଇ ମାସ ବେଳକୁ ସ୍ଥିତି ବଦଳି ଯାଇଥିଲା। ଜୁଲାଇ ପ୍ରଥମ ସପ୍ତାହରୁ ଅଗଷ୍ଟ ଦ୍ବିତୀୟ ସପ୍ତାହ ଯାଏ ଭଲ ବର୍ଷା ହୋଇଥିଲା। ଲଗାତାର ଲଘୁଚାପ ହେବାରୁ ବର୍ଷା ଲାଗି ରହିଥିଲା। ଅଗଷ୍ଟରେ ମଧ୍ୟ ଏହି ଧାରା ଜାରି ରହିଛି। ଲଗାଣ ବର୍ଷା କାରଣରୁ କୋଲାବର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଜିଲ୍ଲାରେ ଆଜି ମୋଟ ୭୧୨.୮ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଥିବାବେଳେ ହାରାହାରି ଭାବେ ୫୦.୯୧ ମିମି ବର୍ଷା ହୋଇଥିବା ଜଣାପଡିଛି। କୋରାପୁଟରେ ୯୨.୦, ଲମତାପୁଟରେ ୪୫.୪, ପଟାଙ୍ଗୀରେ ୪୫, ବନ୍ଧୁଗାଁରେ ୪୬, ନନ୍ଦପୁରରେ ୩୫, ଦଶମନ୍ତପୁରରେ ୮୯, ନାରାୟଣପାଟଣାରେ ୧୪, ଲକ୍ଷ୍ମୀପୁରରେ ୫୯, ସେମିଳିଗୁଡାରେ ୬୮, କୁନ୍ଦୁରାରେ ୩୭, ବୋରିଗୁମ୍ମାରେ ୨୧ ଓ ବୈପାରିଗୁଡାରେ ୧୯.୦ ମିମି ବର୍ଷା ହୋଇଥିବା ଜଣାପଡିଛି।

ସମ୍ବନ୍ଧିତ ଖବର