ଖାଉଟି ବଜାରରେ ଅହେତୁକ ଦରବୃଦ୍ଧି: ଟମାଟୋ ୧୦୦କୁ ବ୍ରଏଲର ୨୪୦

ପଦ୍ମପୁର: ଅତ୍ୟାବଶ୍ୟକୀୟ ଦ୍ରବ୍ୟର ଅହେତୁକ ଦରବୃଦ୍ଧି ମଧ୍ୟବିତ୍ତ ପରିବାରକୁ ଚିନ୍ତାରେ ପକାଇଛି। ପଦ୍ମପୁର ଅଞ୍ଚଳରେ ବର୍ତ୍ତମାନ ଟମାଟୋ ୧୦୦ ଟଙ୍କାରେ ବିକ୍ରି ହେଉଛି। ଯେଉଁ ବ୍ରଏଲର ଚିକେନ କେଜି ୧୬୦ ଟଙ୍କା ଥିଲା, ତାହା ଏବେ ୨୨୦/୨୪୦ ରେ ପହଞ୍ଚିଲାଣି।

ଦେଢ଼ ମାସ ତଳେ ଏ ଅଞ୍ଚଳର ଟମାଟୋ ଚାଷୀମାନେ ଅଭାବୀ ବିକ୍ରିରେ ସମ୍ମୁଖୀନ ହୋଇଥିଲେ। ସେହି ଟମାଟୋର ଦର ଦେଖି ଏବେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଏବେ ସ୍ଥାନୀୟ ଟମାଟୋ ଉତ୍ପାଦନ ହେଉନାହିଁ କି ଏ ବର୍ଷ ନାଶିକ୍, ଛତିଶଗଡ଼ରୁ ଆମଦାନି ଆରମ୍ଭ ହୋଇନଥିବାରୁ ଦର ହ୍ରାସ ପାଉ ନାହିଁ ବୋଲି ବ୍ୟବସାୟୀ ମାନେ କହିଛନ୍ତି। କେବଳ ଟମାଟୋ ନୁହେଁ ଅନ୍ୟାନ୍ୟ ପରିବାର ଦର ମଧ୍ୟ ବଢିଛି। ଆଳୁ ଦର ୩୦ ଟଙ୍କା ଥିବାବେଳେ ବାଇଗଣକୁ ଛାଡି ଅନ୍ୟ ସବୁଜ ପରିବା ୬୦ ଟଙ୍କା ଉପରେ। ଏହା ସହିତ ଖାଉଟି ସାମଗ୍ରୀ ଯଥା ଅଟା, ଡାଲି, ତେଲ, ଚଣା ସହ ମସଲା ସାମଗ୍ରୀର ଅହେତୁକ ଦରବୃଦ୍ଧି ମଧ୍ୟବିତ୍ତ ପରିବାରକୁ ଚିନ୍ତାରେ ପକାଇଛି।

ସମ୍ବନ୍ଧିତ ଖବର