ଭୁବନେଶ୍ଵର : ଭିନ୍ନକ୍ଷମମାନଙ୍କ ପାଇଁ ଜାତୀୟ ଆଜୀବିକା ସେବା କେନ୍ଦ୍ର (ଏନ୍ସିଏସ୍ସିଡିଏ), ଭୁବନେଶ୍ୱର, ରୋଜଗାର ମହାନିର୍ଦ୍ଦେଶାଳୟ (ଡିଜିଇ), ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ, ଭାରତ ସରକାରଙ୍କ ଦ୍ଵାରା ଏକ ନିଯୁକ୍ତି ମେଳା ଆୟୋଜିତ ହୋଇଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରୁ ପ୍ରାର୍ଥୀମାନେ (ଉଭୟ ଭିନ୍ନକ୍ଷମ ଓ ଅଣଭିନ୍ନକ୍ଷମ) ଏନ୍ସିଏସ୍ସିଡିଏ କାର୍ଯ୍ୟାଳୟ ପରିସରରେ ଏହି ନିଯୁକ୍ତି ମେଳାରେ ଭାଗ ନେଇଥିଲେ।
ଏହି କାର୍ଯ୍ୟକ୍ରମ ସହକାରୀ ନିର୍ଦ୍ଦେଶକ ସୁଜିତ କୁମାର ସାହୁ, ମନୋବିଜ୍ଞାନୀ ସୋନାଲିକା ସୁମନ ଏବଂ କେନ୍ଦ୍ରର ଅନ୍ୟାନ୍ୟ କର୍ମଚାରୀଙ୍କ ସକ୍ରିୟ ସହଯୋଗରେ ସଫଳହୋଇଛି। ଏହି ନିଯୁକ୍ତି ମେଳାରେ ବିଭିନ୍ନ କ୍ଷେତ୍ରରୁ ଯଥା ଫ୍ରଣ୍ଟ ଅଫିସ ଅଫିସର, ନର୍ସିଂ, ମାର୍କେଟିଙ୍ଗ, ଫାଇନାନ୍ସ, ଫିଲ୍ଡ କ୍ରେଡିଟ୍ ଅଫିସର, ଟେଲି କଲର ଆଦି ପ୍ରାୟ ୨୫୦ରୁ ଅଧିକ ପଦବି ପାଇଁ ବିଭିନ୍ନ କମ୍ପାନି ଯୋଗ ଦେଇଥିଲେ। ଏହି ନିଯୁକ୍ତି ମେଳାରେ ପ୍ରାୟ ୬୫ରୁ ଊର୍ଦ୍ଧ୍ଵ ପ୍ରାର୍ଥୀ ଯୋଗ ଦେଇଥିଲେ। ସେଥିମଧ୍ୟରୁ ୯ ଜଣ ଚାକିରି ଆଶାୟୀ ଅନଲାଇନ ପୋର୍ଟାଲ www.ncs.gov.in ଜରିଆରେ ଭାଗ ନେଇ ଥିଲେ। ସେଥି ମଧ୍ୟରୁ ୩୫ ଜଣ ପ୍ରାର୍ଥୀଙ୍କୁ ଚୟନ କରାଯାଇଛି।
ଏନ୍ସିଏସ୍ସିଡିଏ ଦ୍ବାରା ନିଯୁକ୍ତି ମେଳା ଆୟୋଜିତ
/sambad/media/post_attachments/wp-content/uploads/2022/05/ncscda.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)