ଭୁବନେଶ୍ବର: ଆସିଲା ବିଭିନ୍ନ ପୌର ସଂସ୍ଥାର କାଉନସିଲର ପଦବୀ ପାଇଁ ସଂରକ୍ଷଣ ତାଲିକା । ରାଜ୍ୟର ୧୦୭ ଏନଏସି ଓ ମ୍ୟୁନିସିପାଳିଟି ପାଇଁ ୧୭୫୬ କାଉନସିଲର ପଦବି ରହିଛି । ତନ୍ମଧ୍ୟରୁ ଅନୁସୂଚିତ ଜାତି ପାଇଁ ୧୨୨, ଅନୁସୂଚିତ ଜାତି ମହିଳାଙ୍କ ପାଇଁ ୧୭୧, ଅନୁସୂଚିତ ଜନଜାତି ପାଇଁ ୪୯, ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ୧୩୩, ମହିଳାଙ୍କ ପାଇଁ ୬୧୩ ଓ ଅଣସଂରକ୍ଷିତଙ୍କ ପାଇଁ ୬୬୮ଟି ଆସନ ସଂରକ୍ଷଣ ତାଲିକା ପ୍ରକାଶ କରିଛନ୍ତି ରାଜ୍ୟ ନିର୍ବାଚନ କମିସନର ଆଦିତ୍ୟ ପାଢ଼ୀ ।

Advertisment

ଆଜି ସାମ୍ବାଦିକ ସମ୍ମିଳନୀ  କରି ସେ ଏହି ତାଲିକା ପ୍ରକାଶ କରିବା ସହ ପୌର ନିର୍ବାଚନ ଲାଗି ଭୋଟର ତାଲିକା ପ୍ରସ୍ତୁତି ନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଫେବ୍ରୁଆରି ୧୦ ତାରିଖରେ ପ୍ରାଥମିକ ଭୋଟର ତାଲିକା ପ୍ରକାଶ ପାଇବ । ଏହାପରେ ୧୧ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ନେଇ ନିର୍ବାଚନ ଅଧିକାରୀଙ୍କ ପାଖରେ ଅଭିଯୋଗ ଦାଖଲ ହୋଇପାରିବ । ଏହାପରେ ଫେବ୍ରୁଆରି ୧୮ ତାରିଖରେ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା କରାଯାଇଥିବା ଦାବି ଓ ଆପତ୍ତି ଗୁଡିକର ତଦନ୍ତ ଓ ଫଇସଲା ହେବ । ଏହାପରେ ଫେବ୍ରୁଆରି ୨୪ ତାରିଖରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ଏବଂ ୨୮ ତାରିଖ ସୁଦ୍ଧା ଭୋଟର ତାଲିକା ରାଜ୍ୟ ନିର୍ବାଚନ କମିସନଙ୍କୁ ପ୍ରଦାନ କରାଯିବ । ଏହା ପରେ ନିର୍ବାଚନ ନେଇ ତାରିଖ ଧାର୍ଯ୍ୟ କରାଯିବ।

ତେବେ କେଉଁ ପୌରାଞ୍ଚଳରେ କାହା ପାଇଁ କେତେ ସଂରକ୍ଷଣ ରହିଛି? ଆସନ୍ତୁ ନଜର ପକାଇବା