ସମ୍ବଲପୁର: ଶନିବାର ରାତି ଯୁକ୍ତ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇଛି। ଗତବର୍ଷ ଅପେକ୍ଷା ଚଳିତବର୍ଷ ବିଜ୍ଞାନ ଓ ବାଣିଜ୍ୟରେ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ଅଧିକ ରହିଛି। ଜିଲ୍ଲା ସ୍ତରୀୟ ତଥ୍ୟ ପ୍ରକାଶ କରାଯାଇ ନଥିବା କାରଣରୁ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ସମ୍ବଲପୁର ଜିଲ୍ଲାରେ ମଧ୍ୟ ଚଳିତବର୍ଷ ପୂର୍ବ ବର୍ଷ ଅପେକ୍ଷା ଭଲ ଫଳାଫଳ ହୋଇଛି। ଗଙ୍ଗାଧର ମେହେର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚଳିତବର୍ଷ ୪୭୫ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ ହୋଇ ରେକର୍ଡ କରିଛନ୍ତି। ଚଳିତବର୍ଷ ଜିଏମ୍ କଲେଜ୍ର ବିଜ୍ଞାନ ରେଗୁଲାର୍ରେ ୨୬୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୨୪୭ ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୧୯ ଜଣ ଦ୍ବିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ୮ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧୀକ ନମ୍ବର ରଖିଛନ୍ତି।
ଅନ୍ୟପଟେ ବିଜ୍ଞାନ ଏକ୍ରେଗୁଲାର୍ରେ ୨୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୨ ଜଣ ପ୍ରଥମ ଶ୍ରେଣୀ, ୬ ଜଣ ଦ୍ବିତୀୟ ଶ୍ରେଣୀ, ୧୧ ଜଣ ତୃତୀୟ ଶ୍ରେଣୀ, ୬ ଜଣ ଫେଲ୍ ଏବଂ ୩ ଜଣଙ୍କର ପରୀକ୍ଷା ଫଳ ପ୍ରକାଶ କରାଯାଇନାହିଁ। ସେଭଳି ବାଣିଜ୍ୟ ରେଗୁଲାର୍ର ୩୦୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୨୨୮ ଜଣ ପ୍ରଥମ, ୪୮ ଜଣ ଦ୍ବିତୀୟ ଏବଂ ୩୨ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ବାଣିଜ୍ୟ ଏକ୍ସ ରେଗୁଲାର୍ରେ ୧୦ ଜଣ ପରୀକ୍ଷା ଦେଇଥିବା ବେଳେ ୪ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ୪ ଜଣ ଫେଲ୍ ହୋଇଥିବା ବେଳେ ୨ ଜଣଙ୍କ ପରୀକ୍ଷା ଫଳ ପ୍ରକାଶ ପାଇନାହିଁ। କଲେଜ୍ର ନୀତେଶ କୁମାର ଯାଦବ ୫୫୦ ନମ୍ବର ରଖି ବିଜ୍ଞାନରେ ଶୀର୍ଷ ସ୍ଥାନ ହାସଲ କରିଥିବା ବେଳେ ବାଣିଜ୍ୟରେ ୫୬୧ ନମ୍ବର ରଖି ଶୁବ୍ରାଂଶୁ ପୂଜାରୀ ଶୀର୍ଷ ସ୍ଥାନ ହାସଲ କରିଛନ୍ତି।
ନେତାଜୀ ସୁଭାଷ ଚନ୍ଦ୍ର ବୋଷ ମହାବିଦ୍ୟାଳୟରେ ଚଳିତ ବର୍ଷ ବିଜ୍ଞାନରେ ୩୬ ଜଣ ପରୀକ୍ଷା ଦେଇଥିବା ବେଳେ ୭ ଜଣ ପ୍ରଥମ, ୯ ଜଣ ଦ୍ବିତୀୟ, ୧୭ ଜଣ ତୃତୀୟ ଶ୍ରେଣୀରେ ପାସ୍ କରିଛନ୍ତି। ୨ ଜଣ ଫେଲ୍ ହୋଇଥିବା ବେଳେ ଜଣଙ୍କ ଫଳାଫଳ ପ୍ରକାଶ ପାଇନାହିଁ। ସେଭଳି ବାଣିଜ୍ୟରେ ୧୨୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୪ ଜଣ ପ୍ରଥମ, ୫୫ ଜଣ ଦ୍ବିତୀୟ, ୫୩ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ୩ ଜଣ ଫେଲ୍ ହୋଇଥିବା ବେଳେ ୬ ଜଣଙ୍କ ପରୀକ୍ଷା ଫଳ ପ୍ରକାଶ ପାଇନାହିଁ। କଲେଜ୍ର ଅଂଶୁମାନ ଖିଚିଡି ୪୪୩ ନମ୍ବର ରଖି ବିଜ୍ଞାନରେ ଶୀର୍ଷ ସ୍ଥାନ ହାସଲ କରିଥିବା ବେଳେ ବାଣିଜ୍ୟରେ ୩୬୭ ନମ୍ବର ରଖି ସାହେବ ଆଲମ ଶୀର୍ଷ ସ୍ଥାନ ହାସଲ କରିଛନ୍ତି।
ସରକାରୀ ମହିଳା ମହାବିଦ୍ୟାଳୟରେ ବିଜ୍ଞାନ ଓ ବାଣିଜ୍ୟ ରେଗୁଲାର୍ରେ ୧୦୯ ଜଣ ଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ବିଜ୍ଞାନ ରେଗୁଲାର୍ରେ ୧୩୨ ଜଣ ଛାତ୍ରୀଙ୍କ ୯୧ ଜଣ ଛାତ୍ରୀ ପ୍ରଥମ, ୩୦ ଜଣ ଦ୍ବିତୀୟ ଓ ୧୧ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଅଛନ୍ତି। ଏକ୍ସ ରେଗୁଲାର୍ରେ ୩୭ ଜଣଙ୍କ ମଧ୍ୟରୁ ୨ ଜଣ ପ୍ରଥମ, ୭ ଜଣ ଦ୍ବିତୀୟ, ୧୩ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେଭଳି ବାଣିଜ୍ୟ ରେଗୁଲାର୍ରେ ୬୦ ଜଣ ଛାତ୍ରୀଙ୍କ ମଧ୍ୟରୁ ୧୮ ଜଣ ପ୍ରଥମ, ୩୦ ଜଣ ଦ୍ବିତୀୟ ଓ ୧୨ ଜଣ ଛାତ୍ରୀ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏକ୍ସ ରେଗୁଲାର୍ରେ ୪ ଜଣଙ୍କ ମଧ୍ୟରୁ ୪ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। କଲେଜ୍ର ସ୍ନିଗ୍ଧା ବିଶ୍ବାଳ ୫୪୦ ନମ୍ବର ରଖି ବିଜ୍ଞାନରେ ଶୀର୍ଷ ସ୍ଥାନ ହାସଲ କରିଥିବା ବେଳେ ବାଣିଜ୍ୟରେ ୪୫୮ ନମ୍ବର ରଖି ସୁଦୀପ୍ତା ତ୍ରିପାଠୀ ଶୀର୍ଷ ସ୍ଥାନ ହାସଲ କରିଛନ୍ତି।
ଘରୋଇ କଲେଜ୍ର ସଫଳତା
କଲେଜ ନାମ ମୋଟ ପରୀକ୍ଷାର୍ଥୀ ପାସ୍% ୯୦ %ରୁ ଅଧିକ ୬୦ %ରୁ ଅଧିକ
ନ୍ୟୁଟନ୍ କଲେଜ(ବିଜ୍ଞାନ) ୩୧୬ ୧୦୦ ୩୭ ୩୧୪
ଏମ୍ସ କଲେଜ(ବିଜ୍ଞାନ) ୨୫୨ ୧୦୦ ୯ ୨୪୦
ବୈଦିକ କଲେଜ(ବିଜ୍ଞାନ) ୨୩୮ ୧୦୦ ୨ ୨୦୦
ବୈଦିକ କଲେଜ(ବାଣିଜ୍ୟ) ୩୭ ୧୦୦ ୦ ୨୯
ଗାୟତ୍ରୀ କଲେଜ(ବିଜ୍ଞାନ) ୧୧୪ ୧୦୦ ୦ ୮୦
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/cbse-exam.jpg)