ମେଲ୍/ଏକ୍ସପ୍ରେସ୍ ଟ୍ରେନ୍‌ରେ ଅଣସଂରକ୍ଷିତ ଯାତ୍ରାର ପୁନଃ ପ୍ରଚଳନ

ଭୁବନେଶ୍ବର : କୋଭିଡ୍‌-୧୯ ସମୟରେ ଭାରତୀୟ ରେଳପଥ ସମସ୍ତ ଟ୍ରେନ୍‌ରେ ଅଣସଂରକ୍ଷିତ ଯାତ୍ରା ସୁବିଧା ଉପରେ ପ୍ରତିବନ୍ଧକ ଲଗାଇବା ସହ ସଂକ୍ରମଣ ରୋକିବା ପାଇଁ ଏହାକୁ ସଂରକ୍ଷିତ କୋଚ୍ କରିଥିଲା। ବର୍ତ୍ତମାନ ପରିସ୍ଥିତିରେ ଉନ୍ନତିକୁ ଦୃଷ୍ଟିରେ ରଖି ସମସ୍ତ ମେଲ୍‌/ଏକ୍ସପ୍ରେସ୍‌ ଟ୍ରେନ୍‌ରେ ପ୍ରଯୁଜ୍ୟତା ଅନୁଯାୟୀ ଅଣସଂରକ୍ଷିତ ଟିକେଟିଂ ସିଷ୍ଟମ୍‌(ୟୁଟିଏସ୍‌) ସୁବିଧା ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି। ପୂର୍ବତଟ ରେଳପଥ ଦ୍ୱାରା ଦ୍ଵିତୀୟ ଶ୍ରେଣୀ ସିଟିଂ କୋଚ୍‌ରେ ୯୩ଟି ମେଲ୍‌/ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଆବଶ୍ୟକତା ଅନୁଯାୟୀ ଅଣସଂରକ୍ଷିତ ଯାତ୍ରା ସୁବିଧା ପୁଣିଥ‌ରେ ପ୍ରଚଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। ମେ’ ୧ରୁ ଏହି ସେବା ପର୍ଯ୍ୟାୟକ୍ରମେ ଆରମ୍ଭ କରାଯାଇ ଅଗଷ୍ଟ ପହିଲା ମଧ୍ୟରେ ସମସ୍ତ ଟ୍ରେନ୍‌ରେ ଉପଲବ୍ଧ କରାଯିବ। ୯୩ଟି ମେଲ୍/ଏକ୍ସପ୍ରେସ୍ ମଧ୍ୟରୁ ୧୭ଟି ଟ୍ରେନ୍ ଇଣ୍ଟରସିଟି ପରି ଟ୍ରେନ୍‌ଗୁଡ଼ିକରେ ଯେଉଁଠାରେ ଦ୍ୱିତୀୟ ଶ୍ରେଣୀ ଯାତ୍ରା ଅଣ ସଂରକ୍ଷିତ ଓ ସଂରକ୍ଷିତ କୋଚ୍ ଭାବରେ ଚିହ୍ନିତ ହେବ। ସେହିପରି ୭୬ଟି ଦୂରଗାମୀ ମେଲ୍/ଏକ୍ସପ୍ରେସରେ ଦ୍ୱିତୀୟ ଶ୍ରେଣୀ ସିଟିଂ ଯାତ୍ରା କୋଭିଡ୍ ପୂର୍ବ ଭଳି ହେବ।

ସମ୍ବନ୍ଧିତ ଖବର