ଭୁବନେଶ୍ବର: ହୋମିଓପ୍ୟାଥିକ ଡାକ୍ତରଙ୍କ ଅବସର ବୟସ ସୀମା ୬୫ବର୍ଷକୁ ବଢ଼ିବନି। ୬ଜଣ ହୋମିଓପ୍ୟାଥି ଡାକ୍ତର ସେମାନଙ୍କ ଅବସର ବୟସ ସୀମା ୬୦ରୁ ବଢ଼ାଇ ୬୫ କରିବା ଲାଗି ସ୍ବାସ୍ଥ୍ୟ ବିଭାଗକୁ ନିବେଦନ କରିଥିଲେ। ହେଲେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏହାକୁ ଅଗ୍ରାହ୍ୟ କରିଦେଇଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତୀୟ ନିର୍ଦେଶନାମା ପ୍ରକାଶ ପାଇଛି। ବିଭାଗ ପକ୍ଷରୁ କୁହାଯାଇଛି ଯେ ରାଜ୍ୟରେ ଆୟୁଷ ଡାକ୍ତରଙ୍କ ସଂଖ୍ୟା ବଳକା ରହିଛି। ତେଣୁ ଅବସର ବୟସ ସୀମା ବଢ଼ିଲେ ନିଯୁକ୍ତି ଅପେକ୍ଷାରେ ଥିବା ଡାକ୍ତରଙ୍କ ସମସ୍ୟାକୁ ଆହୁରି ବଢ଼ାଇଦେବ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ ଭାବେ କୁହାଯାଇଛି।
ହୋମିଓପ୍ୟାଥିକ ଡାକ୍ତରଙ୍କ ଅବସର ବୟସ ସୀମା ୬୫କୁ ବଢ଼ିବନି
/sambad/media/post_attachments/wp-content/uploads/2021/11/doctor.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)