ଘଟଗାଁ: ଦୁଇସପ୍ତାହ ହେଲା ଘଟଗାଁ ବ୍ଲକ୍ ପୁରୁମୁଣ୍ତା ପଞ୍ଚାୟତରେ ହାତୀପଲ ଡେରା ପକାଇଥିଲେ। ବ୍ୟାପକ ଧାନତଳି ନଷ୍ଟ କରିଥିଲେ। ଏବେ ଉକ୍ତ ହାତୀପଲ ସେଠାରୁ ଆସି ରୁଟିଶିଳା ପଞ୍ଚାୟତରେ କ୍ଷୟକ୍ଷତି କରିଛନ୍ତି। ହାତୀପଲ ଗାଁ ମୁହାଁ ହୋଇ ଆମ୍ବ, ପଣସ, ନଡ଼ିଆ ଓ କଦଳୀ ବଗିଚା ଭାଙ୍ଗି ନଷ୍ଟ କରୁଛନ୍ତି।
ସନ୍ଧ୍ୟା ହେଲେ ହାତୀପଲ ଗାଁ ମୁଣ୍ତ ଚାଷଜମିରେ ପଶିବା ସହ ଧାନତଳି ନଷ୍ଟ କରୁଛନ୍ତି। ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟାବେଳେ ହାତୀପଲ ସାରୁପାଟ ଗ୍ରାମର କାର୍ତ୍ତିକ ନାଏକ, ମଙ୍ଗୁଳୁ ନାଏକ, ସନାତନ ଦଣ୍ତପାଟ, ଚେମା ଦଣ୍ତସେନା, ଦୀନବନ୍ଧୁ ଦଣ୍ତସେନାଙ୍କ କ୍ଷେତରେ ପଶି ଧାନତଳି ନଷ୍ଟ କରିଛନ୍ତି। ବନ ବିଭାଗ ହାତୀପଲକୁ ଘଉଡ଼ାଇବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ କରିବାକୁ ପୂର୍ବତନ ସମିତିସଭ୍ୟ ଖଗେଶ୍ବର ମହାନ୍ତ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/10-5.jpg)