ସ୍ବାଧୀନ ସରପଞ୍ଚ ପ୍ରାର୍ଥୀ ଭାବେ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ରିକ୍ସାଚାଳକ

ବାଲେଶ୍ବର: ପଞ୍ଚାୟତ ନିର୍ବାଚନରେ ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକ ମନ୍ଦାରପୁର ପଞ୍ଚାୟତରେ ସରପଞ୍ଚ ପଦ ପାଇଁ ଜଣେ ରିକ୍ସାଚାଳକ ପ୍ରତିଦ୍ବନ୍ଦ୍ବିତା କରୁଥିବା ଦେଖିବାକୁ ମିଳିଛି। ତାଙ୍କ ନାଁ ହେଉଛି ସନାତନ ନାୟକ। ସନାତନଙ୍କୁ ଏବେ ୬୦ ବର୍ଷ ବୟସ ହୋଇଥିବା ବେଳେ ସେ ଅତ୍ୟନ୍ତ ଗରିବଶ୍ରେଣୀର। ପ୍ରତିଦିନ ସ୍ଥାନୀୟ ଅଞ୍ଚଳରେ ରିକ୍ସା ଚଳାଇ ସେ ପରିବାର ପ୍ରତିପୋଷଣ କରନ୍ତି। ତେବେ ବ୍ୟବସ୍ଥାର ପରିବର୍ତ୍ତନ ଓ ନିଜ ଅଞ୍ଚଳର ବିକାଶର ସ୍ବପ୍ନ ନେଇ ସେ ପୂର୍ବରୁ ମଧ୍ୟ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପ୍ରାର୍ଥୀ ହୋଇଥିଲେ। କିନ୍ତୁ ବ୍ୟୟବହୁଳ ପ୍ରଚାର ଆଗରେ ତାଙ୍କୁ ଜନସମର୍ଥନ ମିଳିନଥିଲା। ତଥାପି ‌ମାନସିକ ସ୍ତରରେ ସେ ହାରିଯାଇନାହାନ୍ତି। ଚଳିତ ନିର୍ବାଚନରେ ପୁଣିଥରେ ସ୍ବାଧୀନ ସରପଞ୍ଚ ପ୍ରାର୍ଥୀ ଭାବେ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି। ନିଜ ରିକ୍ସାରେ ପଞ୍ଚାୟତର ପ୍ରତି ଘରକୁ ଯାଇ ଭୋଟ୍‌ ଦେବାକୁ ନିବେଦନ କରିବା ସହ ନିଜ ଚିହ୍ନ ଥିବା ପୁସିଂ କାର୍ଡ ଦେଉଥିବା ଦେଖାଯାଇଛି। ତେବେ କୌତୂହଳର ବିଷୟ ହେଉଛି ସେ ଏଥର ବିପୁଳ ଜନସମର୍ଥନ ପାଇଁ ନିର୍ବାଚିତ ହେବେ ବୋଲି ଆଶାବାଦୀ ଥିବା କହିଛନ୍ତି।

ସମ୍ବନ୍ଧିତ ଖବର