ଶୋଇଥିବା ବେଳେ ଘର ଜାଳିଦେଲା ଦୁର୍ବୃତ୍ତ! ଅର୍ଦ୍ଧଦଗ୍ଧ ଅବସ୍ଥାରେ ଦମ୍ପତି ଉଦ୍ଧାର

କପ୍ତିପଦା : ସ୍ବାମୀ-ସ୍ତ୍ରୀ ଘରେ ଶୋଇଥିବାବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ରାତି ଅଧରେ ଘର ଜାଳିଦେଲା ଦୁର୍ବୃତ୍ତ। ଗୁରୁତର ଅବସ୍ଥାରେ ପତିପତ୍ନୀ ଏବେ ମୃତ୍ୟୁ ସହ ସଂଗ୍ରାମ କରୁଥିବାବେଳେ ଅଭିଯୁକ୍ତ ଫେରାର୍‌ ହୋଇଯାଇଛି। ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ନୂଆସାହି ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା।

ପ୍ରକାଶ ଯେ, ଗ୍ରାମର ବିଶିକେଶନ ଭୂୟାଁ (୫୨) ଓ ଅର୍ଜୁନ ଦଣ୍ଡପାଟ (୫୫)ଙ୍କ ପରିବାର ମଧ୍ୟରେ ପୂର୍ବ ଶତ୍ରୁତାକୁ ନେଇ ବିବାଦ ଲାଗି ରହିଥିଲା। ଏଥିସହ ବିଶିକେଶନ କୁଆଡ଼େ ଅର୍ଜୁନଙ୍କ ବଡ଼ଝିଅକୁ ଏକତରଫା ପ୍ରେମ କରିବା ସହ ତାଙ୍କ ଘରେ ପଶିବାକୁ ଉଦ୍ୟମ କରିଥିଲା। ତେବେ ବିଶିକେଶନର ଏଭଳି କାଣ୍ଡକୁ ବିରୋଧ କରିଥିଲେ ଅର୍ଜୁନ ଓ ତାଙ୍କ ପତ୍ନୀ ସୁମତି। ଏହାକୁ ନେଇ ରକ୍ତ ଚାଉଳ ଚୋବାଉଥିଲା ବିଶିକେଶନ। ଗତକାଲି ରାତିରେ ଅର୍ଜୁନ ଓ ପତ୍ନୀ ସୁମତି ଗୋଟିଏ ଘରେ ଶୋଇଥିବା ବେଳେ ତାଙ୍କ ଝିଅମାନେ ଅନ୍ୟ ଏକ କୋଠରୀରେ ଶୋଇଥିଲେ। ବିଳମ୍ବିତ ରାତିରେ ଅର୍ଜୁନ ଓ ତାଙ୍କ ପତ୍ନୀ ଶୋଇଥିବା ଘରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା ବିଶିକେଶନ। ବାପା ମାଙ୍କ ଚିତ୍କାର ଶୁଣି ଝିଅମାନେ ଉଠି କବାଟ ଖୋଲି ସେମାନଙ୍କୁ ଉଦ୍ଧାର କରିଥିଲେ। ଉଭୟଙ୍କୁ ପ୍ରଥମେ ଉଦଳା ଡାକ୍ତରଖାନା ଓ ପରେ ବାରିପଦା ପିଆର୍‌ଏମ୍ ଭେଷଜ ମହାବିଦ୍ୟାଳୟ ଓ ହାସପାତାଳକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପକ୍ଷରେ ଅଭିଯୁକ୍ତ ବିଶିକେଶନ ଗାଁରୁ ଫେରାର୍‌ ହୋଇଯାଇଛି।

ସମ୍ବନ୍ଧିତ ଖବର