ବଳଦିଆମାଲ: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ବଦଳିଆମାଲ ନିକଟରେ ଜଣେ ବ୍ୟକ୍ତିଙ୍କଠାରୁ ୨ ଜଣ ଦୁର୍ବୃତ୍ତ ଟଙ୍କା ବ୍ୟାଗ୍ ଛଡ଼ାଇ ନେଇ ଫେରାର୍ ହୋଇଯାଇଥିବା ଥାନାରେ ଅଭିଯୋଗ ହୋଇଛି।
ସୂଚନାନୁସାରେ ଜୁନାଗଡ଼ ଥାନା ଅନ୍ତର୍ଲା ଗ୍ରାମର ହେମନ୍ତ ପାଢ଼ୀ ସୋମବାର ଦିନ ଗୋଟାଏରେ ଜୁନାଗଡ଼ ଷ୍ଟେଟ୍ ବ୍ୟାଙ୍କରୁ ୨ ଲକ୍ଷ ୫୦ ହଜାର ଟଙ୍କା ଉଠାଇ ବାଇକ୍ରେ ଯାଉଥିବା ବେଳେ ବଳଦିଆମାଲ୍ ନିକଟରେ ସଉଦା କରିବା ପାଇଁ ଅଟକିଥିଲେ। ଏହି ସମୟରେ ୨ ଜଣ ଦୁର୍ବୃତ୍ତ ଏକ କଳା ପଲସ୍ରେ ଆସି ତାଙ୍କୁଠାରୁ ଟଙ୍କା ଭର୍ତ୍ତି ବ୍ୟାଗ୍ ଛଡ଼ାଇ ନେଇ ଫେରାର୍ ହୋଇଯାଇଥିଲେ। ଏ ନେଇ ଶ୍ରୀ ପାଢ଼ୀ ଜୁନାଗଡ଼ ଥାନାକୁ ଆସି ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଏଏସ୍ଆଇ ନିତ୍ୟାନନ୍ଦ ଦାସ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/loot.jpg)