କଟକ: ବିନା ଭୟ ଓ ଅନୁଗ୍ରହରେ ଗଣମାଧ୍ୟମ ତାର କର୍ତ୍ତବ୍ୟ ସଂପାଦନ କରିବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଛନ୍ତି। ଦୈନିକ ‘ପ୍ରଜାତନ୍ତ୍ର’ର ୭୫ତମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏକଥା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ସାରା ଦେଶ ଏବେ ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି। ଆସନ୍ତାକାଲି ହେଉଛି ଅଗଷ୍ଟ କ୍ରାନ୍ତି ଦିବସ। ଆମ ଇତିହାସର ଏକ ରେଡ ଲେଟର ଡେ। ଏହି ଅବସରରେ ଆମର ସମସ୍ତ ସଂଗ୍ରାମୀମାନଙ୍କୁ ମୋର ପ୍ରଣାମ ଜଣାଉଛି। ଏହି ସମୟରେ ପ୍ରଜାତନ୍ତ୍ରର ୭୫ ବର୍ଷ ପୂର୍ତ୍ତି ଏକ ଅମୃତ ସଂଯୋଗ। ଏହି ଖୁସି ଅବସରରେ ଆପଣମାନଙ୍କୁ ସମସ୍ତଙ୍କୁ, ପ୍ରଜାତନ୍ତ୍ର ପରିବାରକୁ ମୋର ଅଭିନନ୍ଦନ ଜଣାଉଛି। ଖୁସିର କଥା, ଏହି କାର୍ଯ୍ୟକ୍ରମରେ ଆଜି ଆମ ସହିତ ଯୋଗ ଦେଇଛନ୍ତି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ।ମୁଁ ତାଙ୍କୁ ଓଡ଼ିଶାକୁ ସ୍ବାଗତ କରୁଛି ।
ସେ କହିଛନ୍ତି, ବଳିଷ୍ଠ ଗଣତାନ୍ତ୍ରିକ ମୂଲ୍ୟବୋଧର ଦେଶ ହେଉଛି ଭାରତ। ଗଣମାଧ୍ୟମ ଲୋକଙ୍କ ସ୍ବର ହୋଇଥିବାରୁ ଗଣତନ୍ତ୍ର ସୁରକ୍ଷାକୁ ସର୍ବାଧିକ ଗୁରୁତ୍ବ ଦେଉ। ଛାପା ଗଣମାଧ୍ୟମ ହେଉ କିମ୍ବା ବୈଦ୍ୟୁତିକ ଗଣମାଧ୍ୟମ ଦେଶର ସାଂସ୍କୃତିକ, ଐତିହ୍ୟ ଓ ନୈତିକତା ବଜାୟ ରଖି ଜାତୀୟ ଏକତା ଓ ସଂହତିକୁ ପ୍ରୋତ୍ସାହନ ଦେବା ହେଉଛି ଗଣମାଧ୍ୟମର ଦାୟିତ୍ବ। ଖବର କାଗଜ, ବୈଦ୍ୟୁତିକ ଗଣମାଧ୍ୟମ କିମ୍ବା ସୋସିଆଲ ମିଡିଆ ଧର୍ମନିରପେକ୍ଷତା ମାନସିକତା ରଖି କାମ କରିବା ଉଚିତ।
ଏହି ଉତ୍ସବରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଉଦଘାଟକ ଓ ମୁଖ୍ୟବକ୍ତା ଭାବେ ଡକ୍ଟର ପ୍ରତିଭା ରାୟ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ‘ପ୍ରଜାତନ୍ତ୍ର’ର ସଂପାଦକ ଭର୍ତ୍ତୃହରି ମହତାବ ସ୍ବାଗତ ଭାଷଣ ଦେଇଥିଲେ। ‘ପ୍ରଜାତନ୍ତ୍ର ପ୍ରଚାର ସମିତି’ର ଟ୍ରଷ୍ଟି ଲୋକରଂଜନ ମହତାବ ଧନ୍ୟବାଦ ଅର୍ପଣ କରିଥିଲେ।
ବିନା ଭୟ ଓ ଅନୁଗ୍ରହରେ ଗଣମାଧ୍ୟମ ତାର କର୍ତ୍ତବ୍ୟ ସଂପାଦନ କରିବା ଉଚିତ: ମୁଖ୍ୟମନ୍ତ୍ରୀ
/sambad/media/post_attachments/wp-content/uploads/2022/08/Untitled-7.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)