ଦଶରଥପୁର : ରବିବାର ଅପରାହ୍‌ଣରେ ଦଶରଥପୁର ବ୍ଲକ ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ଝଡ଼ତୋଫାନରେ ବହୁ ବଡ଼ ଗଛ ଭାଙ୍ଗିପଡ଼ିଛି। ଫଳରେ ବ୍ଲକର ବିଭିନ୍ନ ପ୍ରମୁଖ ରାସ୍ତା ବହୁ ସମୟ ଅବରୋଧ ହୋଇ ରହିଥିଲା। ଦଶରଥପୁର ପଞ୍ଚାୟତ ସାଧୁଗୋସେଇଁ ମନ୍ଦିର ସମ୍ମୁଖ ରାସ୍ତା ପାର୍ଶ୍ବରେ ବିରାଟ ଅଶ୍ବତ୍ଥ ଗଛ ଭାଙ୍ଗିପଡ଼ିଥିଲା। ଦଶରଥପୁର ଅଗ୍ନିଶମ ବାହିନୀ ଗଛ କାଟିବା ପରେ ଯାତାୟାତ ସ୍ବାଭାବିକ ହୋଇଥିଲା।

Advertisment

ସେହିପରି କନିକାପଡ଼ା-ମଙ୍ଗଳପୁର ବଜାର ରାସ୍ତା ପାର୍ଶ୍ବରେ ଥିବା ଗଛ ଡାଳ ଭାଙ୍ଗି ୨୦ ନମ୍ବର ଜାତୀୟ ରାଜପଥ ଅବରୋଧ ହୋଇଥିଲା। ପ୍ରବଳ ପବନରେ ବିଦ୍ୟୁତ୍‌ ତାର ଛିଣ୍ତିପଡ଼ିବାରୁ ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ ହୋଇଥିଲା। ବଜ୍ରପାତରେ ଖଣ୍ତରା ହାଇସ୍କୁଲ ନିକଟ ପ୍ରଫୁଲ୍ଲ ରାଉତଙ୍କ କୋଠାଘର ଛାତ ଫାଟିଯାଇଛି। ଛାତ ଉପରେ ରହିଥିବା ଶୁଖିଲା ଛଣ ଗଦା ପୋଡିଯାଇଥିଲା।