ଦୁଇଟି ଡୋଜ ନେଇଥି‌ଲେ ବି ଭୁବନେଶ୍ୱର ବିମାନବନ୍ଦରରେ ହେବ ଆରଟିପିସିଆର ଟେଷ୍ଟ, କାଲିଠୁ ଲାଗୁ ହେବ ନିୟମ

ଭୁବନେଶ୍ୱର:  ଭୁବନେଶ୍ୱର ବିମାନବନ୍ଦରରେ ସମସ୍ତ ଯାତ୍ରୀଙ୍କ ହେବ ଆରଟିପିସିଆର ଟେଷ୍ଟ । ସଂକ୍ରମଣ ବଢ଼ୁଥିବାରୁ ସମସ୍ତ ଯାତ୍ରୀଙ୍କ ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ କଲା ବିଏମସି । ଡବଲ ଡୋଜ ଟିକା ନେଇଥିଲେ ବି ଯାତ୍ରୀଙ୍କର ଆରଟିପିସିଆର ଟେଷ୍ଟ କରାଯିବ । ଯଦି ପୂର୍ବରୁ କରାଯାଇଥିବା ଆରଟିପିସିଆର ରିପୋର୍ଟ ନେଗେଟିଭ ଥାଏ ତଥାପି ମଧ୍ୟ ବିମାନବନ୍ଦରରେ ସମସ୍ତ ଯାତ୍ରୀଙ୍କ ହେବ ଆରଟିପିସିଆର ଟେଷ୍ଟ କରାଯିବ ବୋଲି କହିଛି ବିଏମସି । ଟେଷ୍ଟ ରିପୋର୍ଟ ନଆସିବା ଯାଏଁ ଯାତ୍ରୀମାାନେ ସଙ୍ଗରୋଧରେ ରହିବେ । ଆସନ୍ତାକାଲିଠାରୁ ଏହି ନିୟମ ଲାଗୁ ହେବ ।

ରାଜ୍ୟରେ କରୋନା ନୂଆ ଭାରିଆଣ୍ଟ ଓମିକ୍ରନର ସଂକ୍ରମଣ ବଢ଼ିବାକୁ ଏହି ନିୟମ ଜାରି କରିଛି ବିଏମସି । ରାଜ୍ୟରେ ପୁଣି କରୋନା ବ୍ୟାପିବାରେ ଲାଗିଛି, ଯାହାକୁ ନେଇ ସରକାର ପୁଣି କଟକଣା ଜାରି କରିଛନ୍ତି । ଏହାସହ ଲୋକମାନଙ୍କୁ ମଧ୍ୟ ସତର୍କ ରହିବାକୁ ସରକାର ପରାମର୍ଶ ଦେଇଛନ୍ତି ।

ଆଜି ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୮୯୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୧୦୬ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୭୯୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିଭିତରେ ୧୮ ବର୍ଷରୁ କମ୍ ବୟସ୍କ ୨୫୮ ଜଣ ଶିଶୁ ଓ କିଶୋର କରୋନା ପଜିଟିଭ ଅଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୬୯ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି। ଅନ୍ୟପକ୍ଷରେ ଓଡ଼ିଶରେ ବର୍ତ୍ତମାନ ସୁଦ୍ଧା ୬୧ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି।

ସମ୍ବନ୍ଧିତ ଖବର