ଭୁବନେଶ୍ବର: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ତଥା ପଛୁଆବର୍ଗ କଲ୍ୟାଣ ବିଭାଗ ଦ୍ବାରା ପରିଚାଳିତ ଛାତ୍ରୀନିବାସଗୁଡ଼ିକରେ କାର୍ଯ୍ୟରତ ମହିଳା ମାଟ୍ରନଙ୍କର ମାସିକ ପାରିଶ୍ରମିକ ୧୦ହଜାରରୁ ୧୫,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଏନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହାବ୍ୟତୀତ ଯଦି କୌଣସି କାର୍ଯ୍ୟରତ ମହିଳା ମାଟ୍ରନ ଦୁର୍ଭାଗ୍ୟବଶତଃ ମୃତ୍ୟୁ ବରଣ କରନ୍ତି, ତେବେ ତାଙ୍କ ଉତ୍ତରାଧିକାରୀଙ୍କୁ ଏକକାଳୀନ ୨ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ। ସେହିପରି ୬୦ ବର୍ଷରେ କାର୍ଯ୍ୟ ନିବୃତ୍ତ ହେବା ସମୟରେ ସେମାନଙ୍କୁ ଏକକାଳୀନ ୧ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏଥିପାଇଁ ରାଜ୍ୟ ସରକାର ବାର୍ଷିକ ୧୫କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିବେ।