ସମିତିସଭ୍ୟଙ୍କୁ କାମୁଡ଼ିଦେଲେ ଡିଲର

କୋରେଇ: କୋରେଇ ଥାନା ଅନ୍ତର୍ଗତ ବରୁଣ୍ତାଇ ପଞ୍ଚାୟତର ସମିତିସଭ୍ୟ ରଶ୍ମିରଂଜନ ପରିଡ଼ାଙ୍କୁ ବରୁଣ୍ଡାଇ ଗ୍ରାମର ଡିଲର ପ୍ରକାଶ କୁମାର ସାହୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ଫେରାର ହୋଇଯାଇଥିବା କୋରେଇ ଥାନାଧିକାରୀ ଶ୍ରବଣ କୁମାର ମହାରଣା ସୂଚନା ଦେଇଛନ୍ତି। ଅଭିଯୋଗ ଅନୁଯାୟୀ, ବରୁଣ୍ତାଇ ଗ୍ରାମର ସୁକାନ୍ତି ମହାପାତ୍ର ଆଜି ଘରେ ଥିବାବେଳେ ଡିଲର ପ୍ରକାଶ ସାହୁ ସେଠାରେ ପହଞ୍ଚି ତାଙ୍କୁ ଗାଳିଗୁଲଜ କରିଥିଲା। ସୁକାନ୍ତିଙ୍କ ପଡ଼ୋଶୀ ବରୁଣ୍ଡାଇ ପଞ୍ଚାୟତର ସମିତିସଭ୍ୟ ଶ୍ରୀ ପରିଡ଼ା ପହଞ୍ଚି ବୁଝାସୁଝା କରୁଥିବା ସମୟରେ ପ୍ରକାଶ ହଠାତ୍ ତାଙ୍କ ମୁହଁକୁ କାମୁଡ଼ି ଦେଇଥିଲା।

ଗାଳିଗୁଲଜ କରିବା ସହିତ ମାରିଦେବାକୁ ଧମକ ଦେଇଥିଲା। ଏସମ୍ପର୍କରେ ସୁକାନ୍ତି କୋରେଇ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଥାନାଧିକାରୀ ଶ୍ରୀ ମହାରଣା ସ୍ବୀକାର କରିବା ସହ ଅଭିଯୁକ୍ତକୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଉଛି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର