କଟକ : ସ୍କୁଲ ବ୍ୟାଗ୍ ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣିରେ ହାଇକୋର୍ଟ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି।
ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ୍ ଏସ.ମୁରଲୀଧର ଓ ଡକ୍ଟର ଜଷ୍ଟିସ୍ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା ଯେ ନ୍ୟାସ୍ନାଲ୍ କାଉନ୍ସିଲ୍ ଅଫ୍ ଏଜୁକେସନାଲ ରିସର୍ଚ୍ଚ ଆଣ୍ଡ୍ ଟ୍ରେନିଂ (ଏନସିଇଆରଟି) ତରଫରୁ ଛାତ୍ରଛାତ୍ରୀମାନେ ସ୍କୁଲ୍କୁ ନେଉଥିବା ବ୍ୟାଗ୍ ଓଜନ ପ୍ରସଙ୍ଗକୁ ନେଇ ନୀତି ନିର୍ଦ୍ଧାରଣ କରାଯାଇଛି। ମାମଲା ବିଚାରାଧୀନ ଥିବାବେଳେ ସ୍କୁଲ୍ ବ୍ୟାଗ୍ ଓଜନ ନେଇ ନିୟମାବଳୀ କରାଯାଇଛି ବୋଲି ଜଣାପଡ଼ିଥିଲା। ଏଭଳି ସ୍ଥିତିରେ ସ୍କୁଲ ବ୍ୟାଗ୍ ସଂପର୍କିତ ନିୟମାବଳୀ ପାଳନରେ ଯଦି ଅବହେଳା କରାଯାଉଥିବା ଘଟଣା ଆବେଦନକାରୀଙ୍କ ଦୃଷ୍ଟିକୁ ଆସେ, ତେବେ ସେ ପ୍ରଥମେ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବେ। ଏହାପରେ ଆଇନ ଅନୁସାରେ ପଦକ୍ଷେପ ଗ୍ରହଣ କରିପାରିବେ ବୋଲି ହାଇକୋର୍ଟ କହିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ଏହି ମାମଲାର ଶୁଣାଣି କରି ସ୍କୁଲ ବ୍ୟାଗ୍ ଓଜନ ସଂପର୍କିତ ନିୟମ କଡ଼ାକଡ଼ି ପାଳନ କରିବାକୁ ୨୦୧୯, ଅଗଷ୍ଟ ୫ରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ସ୍କୁଲ୍ ଛାତ୍ରଛାତ୍ରୀଙ୍କ ବ୍ୟାଗ୍ର ଓଜନ ବୃଦ୍ଧିକୁ ନେଇ ଡକ୍ଟର କହ୍ନେୟାଲାଲ ଶର୍ମା ୨୦୧୫ରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/heavy-school-bag.jpg)